Breaking News

ବାରିଷ୍ଟର ବିଶ୍ୱନାଥ ମିଶ୍ରଙ୍କ ୧୪୩ତମ ଜନ୍ମ ଜୟନ୍ତୀ ସତ୍ୟବାଦୀରେ ପାଳିତ


ସାକ୍ଷୀଗୋପାଳ----- ସତ୍ୟବାଦୀ ଆଇନଜୀବୀ ସଂଘ ପକ୍ଷରୁ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ପରିସରରେ ଓଡିଶାର ପ୍ରଥମ ବାରିଷ୍ଟର ଉତ୍କଳରନ୍‌ô ସ୍ୱର୍ଗତ ବିଶ୍ୱନାଥ ମିଶ୍ରଙ୍କ୧୪୩ତମ ଜନ୍ମ ଦିବସ ପାଳିତ ହୋଇଯାଇଛି ।  ଏହି ଉତ୍ସବରେ ଶ୍ରୀ ମିଶ୍ରଙ୍କ ନାତି  ସୂର୍ଯ୍ୟ କୁମାର ରଥ, ତହସିଲଦାର ଦାୟତ୍ୱରେ ଥିବା ବିଡିଓ କ୍ଷୀରୋଦ କୁମାର ବେହେରା, ସତ୍ୟବାଦୀ ଆଇନଜୀବୀ ସଂଘର ସଭାପତି ଭଗବାନ ରଥ ଓ ଆଇନଜୀବୀ ରାମ ଶଙ୍କର ନନ୍ଦ  ଅତିଥି ଭାବେ ଯୋଗ ଦେଇ ବାରିଷ୍ଠର ସ୍ୱର୍ଗତ  ଶ୍ରୀ ମିଶ୍ରଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରିଥିଲେ । ଓଡିଶାର ପ୍ରଥମ ବାରିଷ୍ଟର ହୋଇଥିଲେ ମଧ୍ୟ ସେ ନିଜକୁ କେବେ ଲୋକଲେଚନକୁ ଆସିବା ପାଇଁ ଚାହିଁନଥିଲେ । ସେ ଜଣେ ସଂଧୀନତା ସଂଗ୍ରାମୀ ଥିଲେ । ଓଡିଆ ଭାଷା ଓ ଓଡିଶା ରାଜ୍ୟ ଗଠନରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆସମେଶ୍ୱରପୁର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ ।  ଗ୍ରାମରେ ଥିବା ପ୍ରତିମୂର୍ତ୍ତିରେ ସେହିପରି ମାଲ୍ୟର୍ପଣ କରାଯାଇଥିଲା । ଆଇନଜୀବୀ ଅଞ୍ଜନ କୁମାର ହୋତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେସଂଘର ସମ୍ପାଦକ ପ୍ରଭାକର ମିଶ୍ର ଧନ୍ୟବାଦ ଦେଇଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧୮/୧୦/୨୦୨୧---୭,୨୫ , 

 Sakhigopal News, 18/10/2021

Blog Archive

Popular Posts