ଗ୍ରନ୍ଥାଗାର ସହାୟକ ପଦବୀକୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବାକୁ ଦାବୀ
ଡେଲାଙ୍ଗ----- ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ଚାକିରୀ ପାଇଁ ନିଯୁକ୍ତି ପାଇଥିଲେ ବି ସୁଧା ଆଜି ପର୍ଯ୍ୟନ୍ତ ସରକାରୀ ଅନୁଦାନ ପରିସରଭୁକ୍ତ ହୋଇନଥିବାରୁ ରାଜ୍ୟରେ ଗ୍ରନ୍ଥାଗାର ସହାୟକ ପଦବୀଙ୍କ ଭାଗ୍ୟ ଅନିଶ୍ଚିତତା ଭିତରେ ଗତି କରୁଛି । ରାଜ୍ୟରେ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ସମୁଦାୟ ୬୬୨ଟି ଗ୍ରନ୍ଥାଗାର ସହାୟକ ପଦବୀରେ ନିଯୁକ୍ତି ପାଇଥିବା ବେଳେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ଅନୁଦାନ ପରିସରଭୁକ୍ତ କରାଯାଇନଥିବାରୁ ସେମାନେ ଏବେ ନାହିଁ ନଥିବା ଅସୁବିଧାରେ ପଡିଛନ୍ତି । ରାଜ୍ୟ ଗ୍ରନ୍ଥାଗାର ସହାୟକ ସଂଘ,ଉପସଭାପତି ପ୍ର‘ୁଲ୍ଲ କୁମାର ସେନାପତି ଅଭିଯୋଗ କରିଛନ୍ତିଯେ ଏ ସମୟରେ ପରିବାର ଚଳାଇବା ସମ୍ଭବପର ହେଉନାହିଁ । ଏନେଇ ବିଭାଗୀୟ ମନ୍ତ୍ରୀ ,ବିଧାୟକ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଦୃଷ୍ଟି ଆର୍କଷଣ କରାଯାଇଥିଲେ ବି କୈାଣସି ସୁଫଳ ମିଳୁନଥିବା ସେ କହିଛନ୍ତି । ସମନ୍ୱୟ ପଦବୀ ବିଶିଷ୍ଟ ବିଜ୍ଞାନ ଗାରା ସହାୟକ ପଦବୀକୁ ରାଜ୍ୟ ସରକାର ଜିଆଇ-୨୦୦୮ରେ ସରକାରୀ ଅନୁଦାନ ପାଇଁ ମଞ୍ଜୁର ଦେଇଥିବା ବେଳେ ଗ୍ରନ୍ଥାଗାରା ସହାୟକ ପଦବୀକୁ ଅଣଦେଖା କରାଯାଇ ରଖି ଦିଆଯାଇଛି । ଯାହା ଫଳରେ ରାଜ୍ୟରେ ୬୬୨ ଜଣ ପରିବାର ଏବେ ଦୁଃଖ ଦୁର୍ଦ୍ଦଶାରେ କାଳତିପାତ କରୁଛନ୍ତି । ସରକାର ତୁରନ୍ତ ଏ ଦିଗପତି ନଜର ଦେବାକୁ ସଂଘ ପକ୍ଷରୁ ଦାବି ହେଉଛି ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି, ୧୮/୧୦/୨୦୨୧---୭,୧୦
Sakhigopal News,18/10/2021