Breaking News

କିଡନୀ ପୀଡିତ ଗୋବିନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦଶ ହଜାର ଟଙ୍କା ସହାୟତା ମିଳିଲା

 


ଡେଲାଙ୍ଗ ---- ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିଦ୍ଦେର୍ଶକ୍ରମେ କିଡନୀ ପିଡିତ ରୋଗୀ ଗୋବିନ୍ଦ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିଦ୍ଦେର୍ଶକ୍ରମେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।  ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ ଓ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ଗୁରୁବାର ଦିନ ଡେଲାଙ୍ଗ କୋଠବାଡ ବଡଆଙ୍କୁଲା ଗ୍ରାମର ଗୋବିନ୍ଦ ନାୟକଙ୍କ ଘରେ ପହଞ୍ଚିଥିଲେ ।  ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରୀ ବୁଝିବା ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ  ସହାୟତା ରାଶି ଚିକିତ୍ସା ପାଇଁ ପ୍ରଦାନ କରିଥିଲେ ।ଏହି ସହାୟତା ରାଶି ଗୋବିନ୍ଦଙ୍କ ବିଧାବ ବୋହୁଙ୍କୁ ପ୍ରଦାନ କରାଯାଇଛି । ୨ବର୍ଷ ତଳେ ସ୍ତ୍ରୀ ଓ ପୁଅକୁ ହାରାଇ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ଗୋବିନ୍ଦ ଦୁଃଖରେ ଭାଙ୍ଗି ପଡିଥିଲେ । ଏବେ ସାତମାସ ହେବ ନିଜେ କିଡନୀ ରୋଗରେ ଘରେ ପଡି ରହିଛନ୍ତି । ଶ୍ୱଶୁରଙ୍କ ଚିକିତ୍ସା  ପାଇଁ ଅର୍ଥର ଆବଶ୍ୟକତା ପଡୁଥିବା ବେଳେ ପରିବାର ଚଳାଇବା ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ  ହୋଇପଡିଛି । ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସମାଜସେବୀ ବିଶ୍ୱଜିତ ପାଢୀ ବ୍ଲକ ପ୍ରଶାସନ ନଜରକୁ ଆଣିବା ସହିତ ବିଭିନ୍ନ ଗଣମାଧ୍ୟମ ଓ ଟୁଇଟର ମାଧ୍ୟମରେ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆଜି ଡେଲାଙ୍ଗ ତହସିଲଦାର ଶ୍ରୀବଢେଇ ଜିଲ୍ଲାପାଳଙ୍କ ନିଦ୍ଦେର୍ଶରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ  ସହାୟତା ପ୍ରଦାନ କରିବା ସହିତ ଅଧିକ ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିବା ନିମନ୍ତେ ପ୍ରତିଶୃତି ଦେଇଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୫/୭/୨୦୨୧--୯,୩୫  Sakhigopal News, 15/7/2021

Blog Archive

Popular Posts