Breaking News

ବ୍ୟାଙ୍କ ଖାତାରୁ ଅଭିନବ ଉପାୟରେ ୯୦ ହଜାର ଟଙ୍କା ହଡପ ; ଥାନାରେ ଅଭିଯୋଗ

 =ସାକ୍ଷୀଗୋପ।।ଳ-----=ଜଣେ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ଖାତାରୁ ଅଭିନବ ଉପାୟରେ ବ୍ୟାଙ୍କ ଖାତାରୁ ୯୦ ହଜାର ଟଙ୍କା ଉଠାଇନେଲେ ସାଇବର ବ୍ୟାଙ୍କ ଲୁଟେରା ଦଳ । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ସୁଆଣ୍ଡୋ ଗ୍ରାମର ବନମାଳୀ ଭୋଇ କଷ୍ଟ କରି ୧ଲକ୍ଷ ୩୩ ହଜାର ଟଙ୍କା ରଖିଥଲେ । ୪ ତାରିଖ ଦିନ ଦୁଇ ଜଣ ଯୁବକ ଏକ ମଟର ସାଇକେଲରେ ବନମାଳୀଙ୍କ ଘରେ ପହଞ୍ଚିଥିଲେ । ସେମାନେ ମୁହଁରେ ମାସ୍କ ଲଗାଇଥିଲେ । ଗରିବ କଲ୍ୟାଣ ଯୋଜନାରେ ସରକାର ଯେଉଁ ଟଙ୍କା ପଠାଉଛନ୍ତି ସେହି ଟଙ୍କା ସ୍ଥାନୀୟ ସରପଞ୍ଚ ମାନେ ଖାଇଯାଉଛନ୍ତି । ଏଣୁ ଆମେ ବ୍ଳକରୁ ଆସିଛୁ । ତମର ରେଶନ କାର୍ଡ ନଂ ମାଗିଥିଲେ । ତାଙ୍କ କଥାକୁ ବିଶ୍ୱାସ କରି ବନମାଳୀ ରେଶନ କାର୍ଡ  ଦେଇଥିଲେ । ଯୁବକ ମାନେ ସାଙ୍ଗରେ ଆଣିଥିବା ଏକ ମେସିନରେ ବନମାଳୀଠାରୁ ଟିପଚିହ୍ନ ନେଇ ପଳାଇ ଯାଇଥିଲେ । ବନମାଳୀ ୧୪ ତାରିଖରେ ନିଜର ବ୍ୟାଙ୍କ ଖାତା ଅପଟୁଡେଟ କରିବା ବେଳେ ୯୦ ହଜାର ଟଙ୍କା ବ୍ୟାଙ୍କ ଆକଉଣ୍ଟରୁ ଉଠିଥିବା ଜଣାପଡିଥିଲା । ବନମାଳୀ କିଛି ନ ଜାଣି ପାରି ବ୍ୟାଙ୍କରେ ବସିପଡିଥିଲେ ।ତାଙ୍କର ଗୋଡତଳୁ ମାଟି ଯେପରି ଖସି ଯାଇଥିଲା । ବହୁ କଷ୍ଟ କରି  ନ ଖାଇ ନ ପିଇ ବ୍ୟାଙ୍କରେ ଟଙ୍କା ସଞ୍ଚୟ କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କ ବ୍ୟାଙ୍କ ଖାତାକୁ ଅଚଳ କରିବା ପାଇଁ ବ୍ୟାଙ୍କର ଶାଖା ପରିଚାଳକଙ୍କୁ କହିଥିଲେ । ଏହା ସହିତ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସାଇବର ବ୍ୟାଙ୍କ ଲୁଟେରା ମାନେ ରେଶନ କାର୍ଡ ନଂରରୁ ଆଧାର କାର୍ଡ ଜଡିତ ରହିଛି । ଏହା ସହିତ ଅତି ଚତୁର ଭାବେ ମେସିନରେ ଟିପ ଚିହ୍ନ ନେଇ ସମସ୍ତ ବ୍ୟାଙ୍କର ତଥ୍ୟ ନେଇଯାଇଥିଲେ । ସେମାନେ ପ୍ରତିଦିନ ୧୦ ହଜାର ଟଙ୍କା ଉଠାଇ ନେଇଥିବା ଜଣାପଡିଛି ।  ସଠିକ ତଦନ୍ତ କରାଗଲେ ଏହି ଠକଦଳକୁ ଧରାଯାଇ ପାରନ୍ତା ବୋଲି ସତ୍ୟବାଦୀରେ ଆଲେଚନା ହେଉଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୭/୨୦୨୧----୯,୪୦  

 Sakhigopal News, 15/7/2021

Blog Archive

Popular Posts