Breaking News

ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ବିଜେଡି ଦଳ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ

 


ସାକ୍ଷୀଗୋପାଳ---- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ  ଓଡିଶା ଜିବିକା ମିଶନର ପ୍ରକ୍ଳପର ମ୍ୟାନେଜର ସ୍ୱାସ୍ୱତି ଦାଶଙ୍କ ତତ୍ୱାବଧାନରେ ପ୍ରାୟ ଏକ ଲକ୍ଷ ମାସ୍କ ବିଭିନ୍ନ ମହିଳା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ମାସ୍କ ଓ ସାନିଟାଇଜର ବଣ୍ଟନର ଶୁଭାରମ୍ଭ  କରିଛନ୍ତି ସତ୍ୟବାଦୀ ବିଧାୟକ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥବା ମହିଳା ସଂଗଠନର ସଭାନେତ୍ରୀ , ମହିଳା ନେତ୍ରୀ ଓ ବିଜେଡି ଦଳର କର୍ମୀ ମାନେ ବିଧାୟକଙ୍କୁ ଫୁଲତୋଡା ଓ ଉପଢ଼ୌକନ ଦେଇ ସ୍ୱାଗତ କରିଥିଲେ । ସତ୍ୟବାଦୀ  ବସଷ୍ଟାଣ୍ଡ ନିକଟରୁ ସାକ୍ଷୀାଗାପାଳ ମନ୍ଦିର ପର୍ଯ୍ୟନ୍ତ  ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । =ବଜାରର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ  ସହିତ ରାସ୍ତା ରେ ଯାଉଥିବା ଲୋକମାନଙ୍କୁ ବିଧାୟକ ଓ ବିଜେଡି କର୍ମୀ ମାନେ ମାସ୍କ ବଣ୍ଟନ କରିଥିଲେ ।  ଆଗାମୀ ଦିନରେ ଅଙ୍ଗନୱାଡି , ଆଶା ଓ ମହିଳା ଗୋଷ୍ଠୀ ମାନଙ୍କ ଦ୍ୱାରା  ସମସ୍ତଙ୍କ ଘରେ  ବିଜୁ ଜନତା ଦଳ ପକ୍ଷରୁ ମାସ୍ମ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ , ବିଡିଓ କ୍ଷୀରୋଦ କୁମାର ବେହେରା,  ବ୍ଳକ ସଭାପତି ପ୍ରମୋଦ କୁମାର ରାଉତରାୟ,  ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା,ସତ୍ୟବାଦୀ ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ମହିଳା ନେତ୍ରୀ ଯମୁନା ବେହେରାଙ୍କ ସହିତ ସ୍ୱେଚ୍ଛାସେବୀ ଦୀପା ବେହେରା, ସୁନିଲ କୁମାର ପଣ୍ଡା,ଦେବଦତ୍ତ ସାମନ୍ତରାୟ,  ସୁବାଷ ପ୍ରଧାନ, ଶଙ୍କର ପ୍ରଧାନ,ସୁରେଶ କୁମାର ସାହୁ, ସୁନିଲ କୁମାର ସାହୁଙ୍କ ସହିତ ବିଭିନ୍ନ ଜନପ୍ରତିନିଧି ଓ ବିଜେଡି ଦଳର କର୍ମୀ ମାନେ ମାସ୍କ ଓ ସାନିଟାଇଜର ବଣ୍ଟନରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୭/୨୦୨୧---୪,୫୫=Sakhigopal News,1/7/2021

Blog Archive

Popular Posts