୬୨ ଗୋଟି ଅସହାୟ ପରିବାରଙ୍କୁ ଶୁଖିଲା ରାଶନ ସାମଗ୍ରୀ ପ୍ରଦାନ
ସାକ୍ଷୀଗୋପାଳ----= ସତ୍ୟବାଦୀରେ କରୋନା ଯୋଗୁ ଅନେକ ପରିବାର ଏବେ ଦୁର୍ଦ୍ଦଶା ମଧ୍ୟରେ କାଳତିପାତ କରୁଛନ୍ତି । ଏହାକୁ ନଜର କରି ଭୁବନେଶ୍ୱରର ଏକ ସ୍ୱେଚ୍ଚାସେବୀ ଅନୁଷ୍ଠାନ କଳା ଓ କଥା = ସହାୟତାରେ ସତ୍ୟବାଦୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦର ସହଯୋଗରେ ଅସହାୟ,ବୁଣାକାର ଓ କତାଶିଳ୍ପରେ କାମ କରୁଥବା ୬୨ଗୋଟି ପରିବାରଙ୍କୁ ରାଶନ ସାମ୍ରଗୀ ପ୍ରଦାନ କରାଯାଇଛି । ରାଶନ ସାମଗ୍ରୀ ମଧ୍ୟରେ ଚାଉଳ-୫ କେଜି, ଚୁଡା୨ କେଜି, ଅଟା ୪ କେଜି, ସୋୟାବିନ୪ଶହ ଗ୍ରାମ, ହରଡଡାଲି ୨କେଜି, ଚିନି ୧କେଜି, ଲୁଣ ୧କେଜି, ତେଲ ୧କେଜି, ତରକାରୀ ମସଲା ସହିତ ମାସ୍କ ପ୍ରଦାନ କରାଯାଇଥିଲା । କଳା ଓ କଥା ଅନୁଷ୍ଠାନ ତରଫରୁ ସୁନିଲ କୁମାର ରଣାଙ୍କ ଉପସ୍ଥିତିରେ ସ୍ୱାଦର ସମ୍ପାଦିକା ବୀଣାପାଣି ମିଶ୍ର ରାଶନ ସାମଗ୍ରୀ ବଣ୍ଟନର ଶୁଭାରମ୍ଭ କରିଥିଲେ । ସ୍ୱାଦର ମହିଳା କର୍ମୀ ପ୍ରଭାତୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୭/୨୦୨୧--୪,୫୫= Sakhigopal News, 1/7/2021
=