Breaking News

ଭଞ୍ଜନଗର ଓଷ୍ଟା ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି



ଭଞ୍ଜନଗର - ଜବାହର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ବଡ଼କୋଦଣ୍ଡା ଠାରେ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବ୍ରହ୍ମପୁର ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ବନମାଳୀ ମହାରଣାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ଓଷ୍ଟା ଭଞ୍ଜନଗର ବ୍ଲକ ସଭାପତି ଦିଲ୍ଲୀପ ସ୍ୱାଇଁ, ସମ୍ପାଦକ ଗୌରୀ ନନ୍ଦନ ହୋତା, ଉପ-ସଭାପତି ରଶ୍ମିତା ସାହୁ, ବାସନ୍ତୀ ପାଣିଗ୍ରାହୀ, ମନୋରଞ୍ଜନ ପଣ୍ଡା, ଦିବାକର ପାତ୍ର, ଶଙ୍କର ପ୍ରସାଦ ପଟ୍ଟନାୟକ, ମନୋରଂଜନ ପାଣିଗ୍ରାହ. ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟସଭାପତି ଜଗବନ୍ଧୁ ଜେନା, ସଚ୍ଚିଦାନନ୍ଦ ପ୍ରଧାନ, ପ୍ରମୁଖ ପ୍ରଧାନଶିକ୍ଷକ ବନମାଳୀ ମହାରଣାଙ୍କ ସ୍ମୃତି ଚାରଣ କରିଥିଲେ । ଗଞ୍ଜାମ ଓଷ୍ଟାର ବୁଗୁଡ଼ା ବ୍ଲକରୁ ପ୍ରତିନିଧିତ୍ୱ କରୁଥିବା ବନମାଳୀ ମହାରଣା ଜଣେ ବନ୍ଧୁବସôଳ, ଦାୟିତ୍ୱ ସଂପନ୍ନ ଆଦର୍ଶ ଶିକ୍ଷକ ଭାବେ ବେଶ ଜଣାଶୁଣା ଥିଲେ । ବହୁବର୍ଷ ଧରି ଓଷ୍ଟାର ସାଂଗଠନିକ କ୍ଷେତ୍ରରେ ତାଙ୍କର ଭୂମିକା ପ୍ରଶଂସନୀୟ ଥିଲା । ସାଲିସ୍ ବିହୀନ ସଂଗ୍ରାମ ସହ ଶିକ୍ଷକମାନଙ୍କ ସୁଖ ଦୁଃଖର ସାଥୀ ହୋଇ ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ । ଏହି ଅବସରରେ ଓଷ୍ଟା ଜିଲ୍ଲା ସଭାପତି ହିମାଂଶୁ ଶେଖର ପଟ୍ଟନାୟକ, ସମ୍ପାଦକ ବିଜୟ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଡ଼. ବିଜୟ କୁମାର ମହାରଣା, ଉପସଭାପତି ଭିକାରୀ ଚରଣ ଗୌଡ଼, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଅଶୋକ ଦଳେଇ ଗଭୀର ଦୁଃଖ ପ୍ରକାଶ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶୋକ ସଭାରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ,13/7/2021, Sakhigopal News,13/7/2021

Blog Archive

Popular Posts