Breaking News

ସିଦ୍ଧବଳରାମଙ୍କ ରଥ ଗଡିଲା ନାହିଁ


 ସାକ୍ଷୀଗୋପାଳ ------ ସତ୍ୟବାଦୀ ବକୁବନରେ ଜଗନ୍ନାଥଙ୍କ ଅଜା ଭାବେ  ସିଦ୍ଧବଳରାମ ଠାକୁର ବେଶ ପରିଚିତ । ମହାମାରୀ କରୋନା ଯୋଗୁ ଏ ବର୍ଷ ରଥ ଯାତ୍ରା ସରକାର ମନା କରାଯାଇଛି । ଠାକୁରଙ୍କ ସିଂହାସନ ଉପରେ ରଥନୀତିକାନ୍ତି କରାଯାଇଥିଲା । ପ୍ରତିଦିନ ପରି ଠାକୁରଙ୍କ ନୀତିକାନ୍ତି ସରିବା ପରେ ଅପରାହ୍ନରେ ଖେଚୁଡି, ଡାଲାମା, ଖଟା ଓ କ୍ଷୀରି ଭୋଗ କରାଯାଇଥିଲା । ପରେ ଠାକୁରଙ୍କ ଟାହିଆ ଲାଗି କରାଯିବା ସହ ନୂତନ ବସ୍ତ୍ର, ତୁଳସିମାଳ ଲାଗି କରାଯାଇଥିଲା । ପରେ ପରେ ଭକ୍ତ ମାନେ ମାନସିକ ଚୁଡାଘଷା, ରସଗୋଲା , ଫଳମୁଳ, ଖଇକୋରା କଦଳୀ ଭୋଗ କରିଥିଲେ । ମନ୍ଦିର କାର୍ଯ୍ୟାଳୟ ତରଫରୁ ପଣସ ଭୋଗ ଲାଗି କରାଯାଇଥିଲା । ସେବାୟତ ଦେବରାଜ ପଣ୍ଡା ଓ ବ୍ରଜରାଜ ପଣ୍ଡା ଠାକୁରଙ୍କ ନୀତିକାନ୍ତି କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୭/୨୦୨୧--୬,୪୦  Sakhigopal News, 13/7/2021

Blog Archive

Popular Posts