ସିଙ୍ଗିପୁରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ଭଞ୍ଜନଗର-- ଗାଙ୍ଗପୁର ନିକଟସ୍ଥ ସିଙ୍ଗିପୁର ଗ୍ରାମରେ ସ୍ଥାନୀୟ ଯୁବ ସଂଗଠନ ସହଯୋଗ ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଯୁବ ରେଡ କ୍ରସ ସ୍ବେଛାସେବୀ ଦିନଦୟାଲ ଜେନାଙ୍କ ନେତୃତ୍ୱରେ ସିଙ୍ଗିପୁର,କେଶରାପଲ୍ଲୀ ଗ୍ରାମର ତିରିଶି ଜଣ ଯୁବ ସଦସ୍ୟ ରକ୍ତଦାନ କରିଥିଲେ । ଶିବିର ପରିଚାଳନା କରିଥିଲେ ପ୍ରଦୀପ କୁମାର ଜେନା । ଶ୍ରୀକାନ୍ତ କୁମାର ଜେନା,ମାନସ,ସୁନୀଲ,ଫକୀର କୁମାର ଜେନା,ଚିତ୍ର, ପରସ,କାଁହ୍ନା,ସାହିଲି,ଶିବ,ପରି ଅନେକ ସଦସ୍ୟ ତଥା ଚିନ୍ମୟ ପଳେଇ ପରିଚାଳନାରେ ସହଯୋଗ କରିଥିଲେ । ଯୁବ ରେଡ କ୍ରସ ଜିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓ, ଜଗନ୍ନାଥ ପ୍ରସାଦ , ଲୋକନାଥ ମହାନ୍ତି, ସରୋଜ କୁମାର ନାୟକ, ଗାଙ୍ଗପୁର ବନପାଳ ଜି. ଭେଙ୍କଟ ରାଓ ଦୋରା, ମୁନିଗାଡ଼ି ସରପଞ୍ଚ ମନୋଜ କୁମାର ପଳାଇ , ଅଙ୍ଗନବାଡ଼ି କର୍ମୀ ଆଶାଲତା ଜେନା ଓ ଅଞ୍ଜଳି ନାୟକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାପାତ୍ର, ଅଳକା ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କ ତରଫରୁ ଚିତ୍ତରଞ୍ଜନ ଖଟୁଆ, ଇତିଶ୍ରୀ ତ୍ରିପାଠୀ, ବିପିନ କୁମାର ପାଣିଗ୍ରାହୀ, ନିବେଦିତା ବେହେରା, ସିମାଞ୍ଚଳ ସେଠି,ନାରାୟଣ ପାଢ଼ୀ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୧୮/୭/୨୦୨୧ ----୯,୨୫।
Sakhigopal News, 18/7/2021