Breaking News

ଜଟଣୀରେ ସେନା ବାହିନୀ ଉଦ୍ଦେଶ୍ୟରେ ତୀରଙ୍ଗା ଶୋଭାଯାତ୍ରା

 
ଜଟଣୀ :- ଜଟଣୀ ପୌର ପରିଷଦ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଜଟଣୀ ପୌର କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଆନ୍ଧ୍ର ବ୍ୟାଙ୍କ ଏବଂ ଆନ୍ଧ୍ର ବ୍ୟାଙ୍କ ଠାରୁ ଖୁଦୁପୁର ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜଟଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ଅନନ୍ତ ବେହେରା, ଜଟଣୀ ତହସିଲଦାର ଶ୍ରୀମତୀ ପ୍ରୀତିପର୍ଣ୍ଣା ମିଶ୍ର, ଜଟଣୀ ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀମତୀ ରଶ୍ମିତା ନାଥ, ଥାନାଅଧିକାରୀ ଶ୍ରୀ ଷ୍ଟାଲିନ ବିଶ୍ୱାଳ, ଜଟଣୀର ପୂର୍ବତନ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ସମାଜସେବି ଶ୍ରୀ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ସହ ଜଟଣୀ ପୌର ପରିଷଦର ପାରିଷଦ ଗଣ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସହ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ କାର୍ଯ୍ୟାଳୟର  କର୍ମଚାରୀ ଏବଂ ଶତାଧିକ ସାଧାରଣ ନାଗରିକ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।  ଏହି ଶୋଭାଯାତ୍ରାଟି ଦେଶର ସେନାବାହିନୀ ଏବଂ ଦେଶ ପ୍ରେମ ଉଦେଶ୍ୟରେ ଆୟୋଜନ କରାଯାଇଥିଲା ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କ ଠାରୁ ସୁଚନା।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୫/୨୦୨୫---୮,୪୫ Sakhigopal News,16/5/2025

Blog Archive

Popular Posts