Breaking News

କାର୍ ଧକ୍କାରେ ଦୁଇ ମୃତ , ଜଣେ ଗୁରୁତର



ଭଞ୍ଜନଗର----  କାର୍ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ  ହେବା ସହ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମ୍ପାପଡା ଗାଁ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ମାନେ ହେଲେ ସ୍ଥାନୀୟ ଗାଁ ର ପ୍ରଭାକର ମହାନ୍ତି ଓ ସନ୍ତୋଷ କୁମାର ସେଠୀ । ଘଟଣା ସ୍ଥଳରେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଦୁଇ ମୃତ ଦେହକୁ ଉଧାର କରିଥିଲେ । ଘଟଣା ସ୍ଥଳରୁ ଆଉଜଣେ ଆହତ ବ୍ୟକ୍ତି ଙ୍କୁ ଉଧାର କରି ଜଗନ୍ନାଥ ପ୍ରସାଦ ପରେ ବ୍ରହ୍ମପୁର ବଡଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ପୋଲିସ କହିଛି ।ଖବର ନେବାରେ ଦୁର୍ଘଟଣା ଘଟାଇଥିବା କାର୍ ଟି ଭଂଜନଗର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ରାସ୍ତା କଡରେ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେଇ , କାର୍ ଟି ରାସ୍ତା କଡକୁ ଖସି ପଡିଥିଲା । କାର୍ ରେ ବସିଥିବା ଦୁଇ ଯାତ୍ରୀ ଙ୍କୁ ଉଧାର କରି ତଦନ୍ତ କରୁଛି ଜଗନ୍ନାଥପ୍ରସାଦ  ପୋଲିସ ।
ଭଞ୍ଜନଗରରୁ ରବିନ୍ଦ୍ରପ୍ରଧାନ,୧୮/୭/୨୦୨୧ --୯,୨୦ Sakhigopal News, 18/7/2021

Blog Archive

Popular Posts