କୋଦଳା ରେ “ମୋ ଗେହ୍ଲାଝିଅ'' କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଦଳା -ନବଜନ୍ମିତ କନ୍ୟାସନ୍ତାନ ଙ୍କ ମାତା, ପିତା ଓ ପରିବାର କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ” ମୋ ଗେହ୍ଲାଝିଅ “କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରତ୍ୟକ ମାସରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଗୁରୁବାର କୋଦଳା ଅଙ୍ଗନବାଡି ସେକ୍ଟର ପକ୍ଷରୁ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହିଙ୍କ ନିର୍ଦ୍ଦେଶ ତଥା ସୁପରଭାଇଜର ମମତା ଦାଶ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ୱାବଧାନରେ କୋଦଳା ଗୋଲାସାହି କୋଠଘର ଠାରେ ନବଜନ୍ମିତ ଶିଶୁ କନ୍ୟା ଓ ମା ମାନଙ୍କୁ ନେଇ “ମୋ ଗେହ୍ଲାଝିଅ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ୟା ହେଉଛି ଆମର ଅମୁଲ୍ୟସମ୍ପଦ, କନ୍ୟା ସୁରକ୍ଷିତ ନ ରହିଲେ ସଂସାର ତିଷ୍ଠିବା ସମ୍ଭଵପର ନୁହଁ । ଶିଶୁର ସୁରକ୍ଷା ଆମ୍ଭର ଦାୟିତ୍ୱ ବୋଲି ସୁପରଭାଇଜର ମମତା ଦାଶ କହିଥିବା ବେଳେ ଆଠଜଣ ନବଜନ୍ମିତ ଶିଶୁ କନ୍ୟାଙ୍କୁ ବନ୍ଦାପନା ସହିତ କେକ କାଟି ସ୍ୱାଗତ କରି ମା ମାନଙ୍କୁ ଉତ୍ସାହିତ କରାଯାଇଥିଲା । ପରେ ଶିଶୁ ମାନଙ୍କୁ କଣ୍ଢେଇ ଓ ପୋଷାକ ବିତରଣ କରାଯାଇଥିଲା ।
ଗଞ୍ଜାମ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ, ୧୬/୬/୨୦୨୧----୧୦ ,୩୦। Sakhigopal News,16/7/2021