କ୍ଳଷ୍ଟର ସ୍ତରୀୟ ବନ ମହୋତ୍ସବ ଅନୁଷ୍ଠିତ
ଭଞ୍ଜନଗର--- ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟରର ସାର୍ଦ୍ଦୁଳ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ବନ ମହୋତ୍ସବ ,ଚାରା ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଭଞ୍ଜନଗର ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଗମାନନ୍ଦ ଏଜୁକେସନ ସେଣ୍ଟର ର ସହଭାଗିତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଳଷ୍ଟରର ସମସ୍ତ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ,ପ୍ରଧାନ ଶିକ୍ଷୟିତ୍ରୀ ତଥା ସମସ୍ତ ସହକାରୀ ଶିକ୍ଷକ,ଶିକ୍ଷୟିତ୍ରୀ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ା ମୁଖ୍ୟ ଅତିଥି ରୂପେ ବି.ଇ.ଓ ଏସ୍.ଧନଞ୍ଜୟ,ପୂର୍ବତନ ଏ.ବି.ଇ.ଓ ତଥା ଅଲୋଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା,ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଓଷ୍ଟାର କାର୍ଯ୍ୟକାରୀ ସଭାପତି ସନ୍ତୋଷ ଜେନା,ସମାଜ ସେବୀ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ବାବଧାରକ ଶୂଳପାଣୀ ଶତପଥୀ,ଡୁମାକୁମ୍ପା ସରପଞ୍ଚ ପ୍ରତିନିଧି ଶିବଶଙ୍କର ପ୍ରଧାନ,ସମିତି ସଭ୍ୟ ଟୁକୁନା ସାହୁ,ସ୍ଥାନୀୟ ସି.ଆର୍.ସି.ସି ତ୍ରିନାଥ ବେହେରା,ନିଗମାନନ୍ଦ ଏଜୁକେସନ ସେଣ୍ଟରର ସଂପାଦକ ଚିନ୍ମୟ କୁମାର ବେବର୍ତ୍ତା,ବଡକୋଦଣ୍ଡା କ୍ଳଷ୍ଟର ସି.ଆର୍.ସି.ସି ମୋହନ ସାହୁ,ପରିବେଶ ସୁରକ୍ଷା କର୍ମୀ ବିଜୟ ଚନ୍ଦ୍ର ପ୍ରଧାନ, ତଥା ବ୍ଳକ ସମ୍ବଳ ଶିକ୍ଷକ ଚିନ୍ମୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ସମସ୍ତଙ୍କ ସହଭାଗିତାରେ ଫରେଷ୍ଟ ଗାଡଙ୍କ ସହାୟତାରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ ଅନୁଷ୍ଠିତ ହୋଇଥିଲା ା କ୍ଳଷ୍ଟର ବିଦ୍ୟାଳୟ ଗୁଡିକରେ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେଉଥିବା ସି.ଆର୍.ସି.ସି ତ୍ରିନାଥ ବେହେରା ଙ୍କୁ ନିଗମାନନ୍ଦ ଏଜୁକେସନ ସେଣ୍ଟର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ା ଅନୁଷ୍ଠାନ ତରଫରୁ ବୃକ୍ଷରୋପଣକୁ ଗୁରୁତ୍ବ ଦେଇ ଭଞ୍ଜନଗର ବ୍ଳକର ପ୍ରତି ବିଦ୍ୟାଳୟରେ ସବୁଜ ପରିବେଶ ସୃଷ୍ଟି ପାଇଁ ନିରନ୍ତର ପ୍ରୟାସ ଜାରିରଖିଥିବା ବି.ଇ.ଓ ଏସ.ଧନଞ୍ଜୟ ଙ୍କୁ ମଧ୍ୟ ସ୍ବତନ୍ତ୍ର ରୂପେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ା ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଧାନ ଶିକ୍ଷକ ନେତାଜୀ ବିଷୋୟୀ,ରବିନ୍ଦ୍ରନାଥ ବେହେରା,ସାର୍ଦ୍ଦୁଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ପାଣି ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ରିପିଟି ପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୀ ଚରଣ ନାୟକ ା ଶେଷରେ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ା
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୮/୭/୨୦୨୧-------୯,୧୫। Sakhigopal News,18/7/2021