ରିପିଟିପଲ୍ଲୀ ଗ୍ରାମରେ ୭୨ତମ ବନମହୋତ୍ସବ ପାଳନ
ଭଞ୍ଜନଗର - ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଗମାନନ୍ଦ ଏଜୁକେଶନ ସେଣ୍ଟର ତରଫରୁ ରିପିଟିପଲ୍ଲୀ ଗ୍ରାମରେ ୭୨ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବି.ଗୋବିନ୍ଦ ରାଓ ସଭାପତିତ୍ୱ କରିଥିବା ବେଳେ ଏଥିରେ ଅତିଥିଭାବେ ଫରେଷ୍ଟର କୃଷ୍ଣଚନ୍ଦ୍ର ସ୍ୱାଇଁ, ପ୍ରକୃତିପ୍ରେମୀ ଶଙ୍କର ପ୍ରସାଦ ପଟ୍ଟନାୟକ, ଚିନ୍ମୟ କୁମାର ବେବର୍ତା, ଫରେଷ୍ଟ ଗାର୍ଡ଼ ସୁଶୀଲ କୁମାର ରାଉତ ଯୋଗଦେଇଥିଲେ । ପ୍ରଥମେ ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କାଳୀଚରଣ ନାଇକ ସ୍ୱାଗତ ଭାଷଣ ଦେଇଥିବାବେଳେ ସିଆରସିସି ତ୍ରିନାଥ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅତିଥିମାନେ କୋଭିଡ଼ ସମୟରେ ବୃକ୍ଷର ଆବଶ୍ୟକତା ବୁଝାଇବା ସହିତ ସଚେତନତା ରହିବା ପାଇଁ କହିଥିଲେ । ବି.ଗୋବିନ୍ଦ ରାଓ ସାବୁନରେ ହାତ କିପରି ଭାବେ ଧୁଆ ହେବ ତାହା କହିବା ସହିତ ଅନୁଷ୍ଠାନ ତରଫରୁ ଗ୍ରାମବାସୀଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଶେଷରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନାଇକ ଧନ୍ୟବାଦ ପ୍ରଦାନ ପରେ ବୃକ୍ଷରୋପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଦସ୍ୟା ପ୍ରଭାତୀ ମଞ୍ଜରୀ ବେହେରା, ମନବିନ ଜେନା ସହିତ ଗ୍ରାମବାସୀମାନେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୨/୭/୨୦୨୧---୪,୨୦ , Sakhigopal News,2/7/2021