ବନ ସୁରକ୍ଷା ସମିତିକୁ ଆସୁଥିବା ଅର୍ଥ ତୋଷରପାତ, ବନଖଣ୍ଡ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କଲା ବନ ସୁରକ୍ଷା ସମିତି
ଭଞ୍ଜନଗର---ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ବନାଞ୍ଚଳ ଗେରେଡା ସେକସନର କେପିଟି ଗ୍ରାମରେ ଥିବା ବନସୁରକ୍ଷା ସମିତିକୁ ବିଭିନ୍ନ ଯୋଜନାରେ ସରକାରଙ୍କ ତରଫରୁ ଆସୁଥିବା ଅର୍ଥକୁ ତୋଷରପାତ କରାଯାଇଛି । ଖର୍ଚ କରାଯାଇଥିବା ଆଳ ଦେଖାଇ ବିଭିନ୍ନ ଶ୍ରମିକମାନଙ୍କ ନାମରେ ଅର୍ଥ ମଞ୍ଜୁରୀ କରାଯାଇଛି । ସେହି ଅର୍ଥକୁ ଆମ୍ବାସାତ କରୁଥିବା ନେଇ ଆଜି ବନଖଣ୍ଡ ଅଧିକାରୀ କାର୍ଯ୍ୟଳୟ ୭ ଜଣ ସଭ୍ୟ ପହଞ୍ଚି ବନଖଣ୍ଡ ଅଭୟତ କୁମାର ଦଳେଇ ଅନୁପସ୍ଥିତ ଥିବାରୁ ସହକାରୀ ବନଖଣ୍ଡ ଅଧିକାରୀ ମାଦୀ ମୋତିଲାଲକୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଖବର ନେବାରେ କେପିଟି ଗ୍ରାମରେ ଥିବା ବନ ସୁରକ୍ଷାସମିତିକୁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥକୁ ସେହି ଗ୍ରାମର କିଛି ଲୋକ ବିଭିନ୍ନ ଯୋଜନାରେ କାମ କରୁଥିବା ଦେଖାଇ ସେହି ଲୋକଙ୍କ ନାମରେ ଅର୍ଥ ବ୍ୟାଙ୍କ ପାସବୁକ୍ ମାଧ୍ୟମରେ ଅର୍ଥ ମଞ୍ଜୁରୀ କରିବା ପରେ ସେହି ଅର୍ଥକୁ ବନପାଳ ଓ ବନରକ୍ଷୀ ସେହି ଲୋକଙ୍କୁ ଧମକ ଚମକ ଦେଇ ଅର୍ଥ ମଞ୍ଜୁରୁ ହେଇଥିବା ବ୍ୟାଙ୍କ ପାସବୁକରୁ ଅର୍ଥ ଉଠାଇ ଆମ୍ରସାତ କରୁଥିବା ଜଣାପଡିଛି । ଯେଉଁ ଶ୍ରମିକମାନେ କାମ କରୁଛନ୍ତି ସେହି ଶ୍ରମିକମାନକୁ ମଜୁରୀ ଦେଉ ନଥିବା ବନ ସୁରକ୍ଷା ସମିତିର ସଭ୍ୟସଭ୍ୟାମାନଙ୍କୁ ବନପାଳ ଓ ବନରକ୍ଷୀ ମଧ୍ୟ କୈଣସି ସହରଯୋଗ କରୁ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି।ଯଦି ଏହି ଘଟଣାକୁ ନେଇ ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ତଦନ୍ତ କରନ୍ତି ତାହା ହେଲେ ବନପାଳ ଓ ବନରକ୍ଷୀ କରିଥିବା ବେଆଇନ କାମର ଗୁମର ଖୋଲିବ ବୋଲି ବନ ସୁରକ୍ଷା ସମିତିର ସଭ୍ୟମାନେ କହିଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ,୨/୭/୨୦୨୧----୪,୫୦ Sakhigopal News,2/7/2021