Breaking News

ବାରହା ଶିକାର କରିବା ପାଇଁ ବିଛାଯାଇଥିବା ସରଜାମ ଜବତ କଲା ବନ ବିଭାଗ, ଶିକାରୀ ଫେରାର

 
ଭଞ୍ଜନଗର-- ଭତ୍ତର ଘୁମୁସର ବନଖଣ୍ଡ  ଗାଲେରୀ ବନାଞ୍ଚଳର ତିଳିସିଙ୍ଗି ସେକସନର ବିଲିପଡା ବିଟିରେ ଥିବା ଗାଲେରୀ ସଂରକ୍ଷିତ ଜଙ୍ଗଲ ଭାଗ୨୩ରେ  ବାରହା ଶିକାର  କରିବା ପାଇଁ ତାର ବିଛାଯାଇଥିବା ଖବର ପାଇ  ବନବିଭାଗ ଓ ବିଦ୍ୟୁତ୍  କର୍ମଚାରୀମାନେ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଛାଯାଇଥିବା  ୬ କେଜି ଜିଆଇ ତାର, ୧୨ ମିଟର ବିଦ୍ୟୁତ୍ ସର୍ଭିସ ତାର ସମେତ ଶିକାରରେ ବ୍ୟବହୁତ ସରଞ୍ଜାମକୁ ଜବତ କରିଛନ୍ତି ।  ଘଟଣାସ୍ଥଳରୁ ଶିକାରୀ ଫେରାର ଥିବା ବନାଞ୍ଚଳ ଅଧିକାରୀ ଶିବରାମ ନାୟକ ସୁଚନା ଦେଇଛନ୍ତି । ଖବର ନେବାରେ ବନବିଭାଗ ବିଦ୍ୟୁତ୍  କର୍ମଚାରୀ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ବେଳେ କୈଣସି ସୁତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରି ବ୍ୟବହୁତ କରିଥିବା ସରଜାମକୁ ଜବତ କରି ଗାଲେରୀ ବନାଞ୍ଚଳ କାର୍ଯ୍ୟଳୟରେ ରଖାଯାଇଛି ।ଏହାକୁ ନେଇ ୨/୨୧ରେ ମାମଲା ରୁଜୁ କରାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ  ବେହେରା କହିଛନ୍ତି ।ଚଢାଉରେ ବନଖଣ୍ଡ ସହକାରୀ ଅଧିକାରୀ ମାଦୀ ମୋତିଲାଲ,ବନପାଳ ଅଭିମନ୍ୟୁ ମଳିକ,କୈଳାସ ଚନ୍ଦ୍ର ନାଇକ,ବନରକ୍ଷୀ ରମେଶ ଚନ୍ଦ୍ର ବେହେରା,ଟୁନା ମଳିକ,ପ୍ରଦିପ କୁମାର ବେହେରା ,ବିଦ୍ୟୁତ୍ ବିଭାଗର କନିଷ୍ଠଯନ୍ତୀ ବିକାଶ ସ୍ବାଇଁ ସମେତ ବନବିଭାଗର ସ୍ବାର୍ଡ ଓ ବିଦ୍ୟୁତ୍ ବିଭାଗର ସ୍ବାର୍ଡ କର୍ମଚାରୀମାନେ ଭାଗ ନେଇଥିଲେ । ବନ୍ୟଜନ୍ତୁଙ୍କୁ ଶିକାର କରିବା ପାଇଁ ବିଛାଯାଇଥିବା ଶିକାରୀକୁ ଗିରଫ କରିବା ବିଭିନ୍ନ ସ୍ଥାନରେ ଚଢାଉ ସହ ତଦନ୍ତ ଚାଲୁରହିଛି । ଫେରାର ଥିବା ଶିକାରୀଙ୍କୁ ଅତିଶୀଘ୍ର ଧରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ,୨/୭/୨୦୨୧---୪,୨୦ Sakhigopal News,2/7/2021

Blog Archive

Popular Posts