ଡେଲାଙ୍ଗ ବ୍ଳକରେ ଉନ୍ନତି ନାମରେ ଅବନତି ଚାଲିଛି ; ୪ ବର୍ଷ ହୋଇଗଲା ଶଶ୍ମାନ ଓ ଅଙ୍ଗନୱାଡି ଘର ନିର୍ମାଣ ଶେଷ ହେଉନି
ଡେଲାଙ୍ଗ------- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତରେ ଏବେ ଗୋଟିଏ ପରେ ଗୋଟିଏ ଗୁମୁର ଖୋଲୁଛି । ବ୍ଳକ ପ୍ରଶାସନ ନିଜର ବାହାବା ନେବା ପାଇଁ ବିଭିନ୍ନ କଥାର ଆଶୟ ନେଉଛନ୍ତି । ପକୃତ ପକ୍ଷେ ଉନ୍ନତି ନାମରେ ଅବନତି ଘଟାଇ ଚାଲିଛନ୍ତି ବୋଲି =ଜନସାଧାରଣ ଅଭିଯୋଗ କରିଛନ୍ତି । ସୁଚନାଯୋଗ୍ୟ ଯେ ଉକ୍ତ ପଞ୍ଚାୟତରେ ୱାର୍ଡ ନଂ ୭ରେ ଦୀର୍ଘ ଚାରିବର୍ଷ ହେବ ଶଶ୍ମାନ କେବଳ ଖୁଣ୍ଠ କେତଟି ହୋଇଛି । ଉକ୍ତ ଅର୍ଥ ଅଛି ନା ବିଲ ହୋଇଛି ତାହା ଏବେ ତଦନ୍ତ ସାପେକ୍ଷ । ସେହିପରି ଅଙ୍ଗନୱାଡି କେନ୍ଦ୍ର ୪ବର୍ଷ ହେବ କାର୍ଯ୍ୟ ସଚାଲିଛି ଯେ ତାହା ସରୁନାହିଁ । ଏବେ ଏହି ଦୁଇଟି ପ୍ରକଳ୍ପ ଅଧାରେ ପଡି ରହିଛି । ଏହା ଏବେ ସରୀସୃପ ମାନଙ୍କର ବାସସ୍ଥଳୀ ପାଲଟିଛି । ସେଠାକୁ ଲୋକମାନେ ଯିବାକୁ ଭୟ ଲାଗୁଛି । ଏ ସମ୍ପର୍କରେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କୁ ପଚାରିବାରୁ ସେ କହନ୍ତି ଶଶ୍ମାନ ପ୍ରକଳ୍ପ କାର୍ଯ୍ୟ ପଞ୍ଚାୟତର ଏ ସମ୍ପର୍କରେ ମୋ ପାଖରେ ସଠିତ ତଥ୍ୟ ନାହିଁ , ଅଙ୍ଗନୱାର୍ଡି ପ୍ରକଳ୍ପଟି ସେ ସମୟରେ ବିଲ ପେମେଣ୍ଟରେ ବାଧକ ହେବାରୁ କାର୍ଯ୍ୟ ଅଟକି ରହିଛି ଏବେ ବହୁ ଶିଘ୍ର କାର୍ଯ୍ୟ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୬/୭/୨୦୨୧--=୧୦,୩୫ Sakhigopal News, 16/7/2021