Breaking News

ଜାତୀୟ ଡାକ୍ତର ଦିବସ ରେ ସମ୍ବର୍ଦ୍ଧିତ ହେଲେ ଅବସର ଡାକ୍ତର ଶିଶିର



ବରଗଡ଼:-ବରଗଡ଼ ଜିଲ୍ଲା ସୋହେଲାରେ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଶ୍ରମ  ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ,ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୀବର୍ଦ୍ଧନ ବରିହା,ନଥୁରାମ ଅଗ୍ରୱାଲ,ବଲବୀର ସିଂ ଠାକୁର,ଗଣତନ୍ତ୍ର ପଧାନ,ଗୋବିନ୍ଦ ସାହୁ,ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ଥିଲେ ।  ଅନୁଷ୍ଠିତ ସଭାରେ ଡାକ୍ତର ଶିଶିର କୁମାର ସାହୁଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ସମ୍ବର୍ଦ୍ଧିତ ସଭାରେ ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ ଦେଶରେ କାର୍ଯ୍ୟରତ ସମସ୍ତ ଡାକ୍ତର ମାନଙ୍କୁ ହୃଦୟ ପ୍ରଦେଶରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।ଅନେକ ଡାକ୍ତର ନିଜ ଚାକିରୀରୁ ଅବସର ନେଇଥିଲେ ମଧ୍ୟ ରୋଗୀ ସେବା କରିବାରୁ ଅବସର ନେଇ ନାହାଁନ୍ତି ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ ।ସତେ ଯେମିତି ରୋଗୀଙ୍କ ସେବା କରିବା ସେମାନଙ୍କ ବ୍ରତ ପାଲଟିଛି। ସେହିପରି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଡାକ୍ତର ଶିଶିର କୁମାର ସାହୁ।ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ।ବରଗଡ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଚାକିରୀ କରିବା ସହିତ ରୋଗୀ ସେବା କରି ଲୋକ ପ୍ରିୟତା ଅର୍ଜନ କରିଛନ୍ତି। ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି।ଏବେ ସେ ତାଙ୍କ ସୋହେଲା ବାସଭବନରେ ରହି  ରୋଗୀ ସେବା କରି ଆସୁଛନ୍ତି।ସମ୍ପ୍ରତି କରୋନା କାଳରେ ଅନ୍ୟ ଡାକ୍ତର ମାନେ ରୋଗିସେବା ବନ୍ଦ କରିଦେଇଥିବା ବେଳେ ଡ଼ାକ୍ତର ଶିଶିର ରୋଗୀ ସେବା ଜାରି ରଖିଛନ୍ତି।ଅଞ୍ଚଳରେ ସେ ଗରିବଙ୍କ ଡାକ୍ତର ଭାବରେ ପରିଚିତ। ଯିଏ ବି ଯେଉଁ ପରିସ୍ଥିତିରେ ପହଞ୍ଚେ ଡାକ୍ତର ସାହୁ ଚିକିତ୍ସା କରିଥାନ୍ତି।କୌଣସି ଫିସ ଦାବି କରନ୍ତି ନାହିଁ।ଯିଏ ଯାହା ଦେଲା ତାହା ଖୁସିରେ ଗ୍ରହଣ କରନ୍ତି।ଆଜି ଜାତୀୟ ଡାକ୍ତର ଦିବସ ଅବସରରେ ଅଂଚଳବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।ତାଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରାଯାଇ ଥିଲା।ପରିଶେଷରେ ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.,୧/୭/୨୦୨୧---୪,୫୦ , Sakhigopal News,1/7/2021

Blog Archive

Popular Posts