ସତ୍ୟବାଦୀରେ ମାସ୍କ ଚେକିଙ୍ଗି ଯୋରସୋର କଲା ପୁଲିସ
ସାକ୍ଷୀଗୋପାଳ----- ସତ୍ୟବାଦୀ ପୁଲିସ ବିଭିନ୍ନ ସ୍ଥାନରେ ମାସ୍କ ଚେକିଙ୍ଗକୁ ଯୋରସୋର କରିଛି । ରାଜ୍ୟରେ କରୋନା ସଂଖ୍ୟା ବଡିବାରେ ଲାଗିଛି । ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ତତ୍ୱବଧାନରେ ସାକ୍ଷୀଗୋପାଳ ବସଷ୍ଠାଣ୍ଡ, ବ୍ଳକ ଛକ, ପଟ୍ଟନାକୟିଆ ଛକ ଆଦି ଯାଗରେ ମାସ୍କ ଚେକିଂ କରାଯାଇଛି । ୫ ହଜାର ଟଙ୍କା ଜୋରିମାନ ଆଦାୟ କରାଯାଇଥିବା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ଜଣାପଡିଛି । ଏହି ଚଡାଉରେ ଏସଆଇ ବିଦ୍ୟୁତ ବେହୁରୀ ଓ ଏଏସଆଇ କୃଷ୍ଣଚନ୍ଦ୍ର ଦାଶ ସଦଳବଳେ ଚଡାଉ ଜାରି ରଖିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୪/୨୦୨୧----୩,୨୦