ସୁଆଣ୍ଡୋ ଗ୍ରାମରେ ପୂର୍ବ ଶ୍ରତୁତାକୁ ନେଇ ଆକ୍ରମଣ ଥାନାରେ ଅଭିଯୋଗ
ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ପୂର୍ବ ଶ୍ରତୁତାକୁ ନେଇ ଭାଇ ଭାଇ ମଧ୍ୟରେ ପାଟିତୁଣ୍ଡ ପରେ ହାତାହାତି ହୋଇଥିବା ଅଭିଯୋଗ ହୋଇଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ତାରକାନ୍ତ ଦାଶଙ୍କୁ ତାଙ୍କ ଭାଇ ଓ ପୁତୁରା ମାନେ ପୂର୍ବ ଶ୍ରତୁତାକୁ ନେଇ ଆକ୍ରମଣ କରିଥବା ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ଥାନରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ଜଣାପଡିଛି ଯେ ତାରାକାନ୍ତଙ୍କ ବାପା କିଶୋର ଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ଜମା ରହିଥିବାରୁ ଏହାକୁ ନେଇ ଗଣ୍ଡଗୋଳ ହେଉଥିବା ଗ୍ରାମାବାସୀଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୪/୨୦୨୧----୩,୨୦