ସାକ୍ଷୀଗୋପାଳ ବ୍ଳକ ପ୍ରଶାସନ ପକ୍ଷରୁ କରୋନା ସଚେତନତା ରଥ ବୁଲିଲା
ସାକ୍ଷୀଗୋପାଳ ----- ରାଜ୍ୟରେ ଦୁତୀୟ କରୋନା ଲହରୀ ବଡିବାରେ ଲାଗିଛି । ଏହାକୁ ନଜର କରି ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ଏକ କରୋନା ପ୍ରଚାର ଗାଡି ସାକ୍ଷୀଗୋପାଳ ବଜାର ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ବୁଲାଇଛନ୍ତି । ବିଶେଷ କରି କାମ ନ ଥିଲେ ବଜାରକୁ ଆସନ୍ତୁ ନାହିଁ, ଘରୁ ବାହାରିଲେ ମୁହଁରେ ମାସ୍କ ଲଗାନ୍ତୁ, ସାମାଜିକ ଦୂରତା ରକ୍ଷା କରିବା ଆଦି ସମ୍ପର୍କରେ ଡାକବାଜି ଦ୍ୱାରା ପ୍ରଚାର କରାଯାଇଛି । ସେହିପରି ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ ନିଜ ଗାଡିରେ ସାଇରନ ଦେଇ ସାକ୍ଷୀଗୋପାଳ ବଜାରରେ ମାସ୍କ ପିନ୍ଦିନଥିବା ଲୋକଙ୍କୁ ସଚେତନତା କରାଇଛନ୍ତି । ଆସନ୍ତା କାଲିଠାରୁ ଥାନା, ତହସିଲ ଓ ବ୍ଳକର ଅଧିକାରୀ ମାନଙ୍କର ମିଳିତ ଭାବେ ଚଡଉ କରାଯିବା ସହ ବିଭିନ୍ନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଶ୍ରୀ ବେହେରା ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୪/୨୦୨୧----୬,୨୫