ଅଭିଯୋଗ କରିବା ପରେ ରାଶନ ସାମଗ୍ରୀ ପ୍ରଦାନ ପାଇଁ ନିର୍ଦ୍ଦେଶ
ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମ ପଞ୍ଚାୟତର ଛଇଳ ବିଶ୍ୱାଳ ଡିଲର ୧୫ ଜଣଙ୍କର ଟିପଚିହ୍ନ ବା ଆଇ ସ୍କାନ ହୋଇ ପାରୁନଥିବାରୁ ସେମାନଙ୍କୁ ରାଶନ ସାମଗ୍ରୀ ପ୍ରଦାନ କରିନଥିଲେ । ଯାହାକୁ ନେଇ ଗ୍ରାମରେ ଅଶାନ୍ତି ଦେଖାଯାଇଛି । ଏହିପରି ବିଭିନ୍ନ ଡିଲର ମାନେ ହିତାଧିକାରୀ ମାନଙ୍କୁ ହଇରାଣ କରୁଥବା ନଜର ରହିଛି । ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କୁ ପ୍ରମିଳା ବେହେରା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବିଡିଓ ଶ୍ରୀ ବେହେରା ସଙ୍ଗେ ସଙ୍ଗେ ବ୍ଳକ ଯୋଗାଣ ନୀରିକ୍ଷକ ଜୟନ୍ତୀ ଶ୍ରୀହରିଚନ୍ଦନଙ୍କ ସହିତ ଆଲେଚନା କରିଥିଲେ ।ଏବଂ ସଙ୍ଗେ ସଙ୍ଗେ ଏହାର ସମାଧାନ କରିଥିଲେ । ସ୍ଥାନୀୟ ଡିଲର ଛଇଳଙ୍କୁ କଡା କଡି ଭାବେ ନିର୍ଦ୍ଦେଶ ଦେଇଛନ୍ତି ତୁରନ୍ତ ରାଶନ ସାମଗ୍ରୀ ପ୍ରଦାନ କରିବା ପାଇଁ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୪/୨୦୨୧----୬,୨୫