ବିଜେଡି କର୍ମିଙ୍କୁ ହତ୍ୟା ଅଭିଯୋଗରେ ଜେଲ ଗଲେ ବିଜେପି ସମର୍ଥିତ ତିନି ଯୁବକ
ଡେଲାଙ୍ଗ------ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ପଞ୍ଚାୟତର ଦେପୁର ଶାସନ ଗ୍ରାମର ଅନୁସୂଚିତ ଜାତି ବସ୍ତିର ବିଜେଡି କର୍ମିଙ୍କୁ ହତ୍ୟା ଅଭିଯୋଗରେ ଆଜି ଡେଲାଙ୍ଗ ପୁଲିସ ଭୁବେନେଶ୍ୱରରୁ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଫେରାରଥିବା୨ଜଣ ବିଜେପି ସମର୍ଥିତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି । ଜାମିନି ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତ କୁ ପଠାଇ ଦିଆଯାଇଛି ବୋଲି ଡେଲାଙ୍ଗ ଥାନ ସୁତ୍ରରୁ ଜଣାପଡିଛି । ସେମାନେ ହେଲେ ଦେପୁର ଶାସନ ଗ୍ରାମର ନାରଣ ଷଡଙ୍ଗି ଓ ଅମି ଷଡଙ୍ଗି । ପ୍ରକାଶ ଥାଉକି ପିପିଲି ଉପନିର୍ବାଚନରେ ବିଜେଡି ଭୋଟ ହାତେଇବା ପାଇଁ ଅଭିଯୁକ୍ତ ବିଜେପି କର୍ମିମାନେ ପାଣ୍ଡବ ବେହେରାଙ୍କୁ ସାହି ଭାଇଙ୍କୁ ଭୋଜି ଭାତ କରିବା ପାଇଁ ୫ ହଜାର ଟଙ୍କା ଦେଇଥିଲେ । ମାତ୍ର ସାହି ଭାଇ ମାନେ ବିଜେଡି ଦଳକୁ ଭୋଟ ଦେବାକୁ ଆଗରୁ ମନସ୍ଥିର କରିଥିବା କହି ଉକ୍ତ ଟଙ୍କାକୁ ବିଜେପି ସମର୍ଥିତ କର୍ମିଙ୍କୁ ଫେରାଇ ଦେବାକୁ କହିଥିଲେ । ପାଣ୍ଡବ ସେହି ଟଙ୍କା ଫେରାଇବା ସମୟରେ ଅଭିଯୁକ୍ତ ବିଜେପି କର୍ମିମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣାରେ ମୃତକଙ୍କ ସ୍ତ୍ରୀ ବନୀତା ବେହେରାଙ୍କ ଅଭିଯୋଗକ୍ରମେ ଡେଲାଙ୍ଗ ଥାନାରେ ୮୮/୨୧ରେ ହତ୍ୟା ମାମଲା ରୁଜୁ ହୋଇଥିଲା । ପ୍ରଥମେ ପେଜୁ ଷଡଙ୍ଗି ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଳଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଦ୍ୱୟ ଫେରାର ଥିଲେ । ଆଜି ସେମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଳଣ କରିଥିବା ନେଇ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ସୁଚନା ଦେଇଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୬/୪/୨୦୨୧---୧୦,୨୦