ଘର କାମ କରିବା ସମୟରେ ମିସ୍ତ୍ରୀଙ୍କୁ ଆକ୍ରମଣ
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମର ସଚ୍ଚିକାନ୍ତ ଦାଶଙ୍କର ମିସ୍ତ୍ରୀ ଭାବେ ବଳଙ୍ଗା ଥାନା ଅନ୍ତଗର୍ତ ଦିପୀଦେଉଳି ଗ୍ରାମର ବିଜୟ ନାୟକ ମିସ୍ତ୍ରୀ ଭାବେ କାମ କରନ୍ତି । ବିଜୟ କାମ କରୁଥିବା ବେଳେ ସଚ୍ଚିକାନ୍ତଙ୍କ ଭାଇ ତାରାକାନ୍ତ ଦାଶ କାମ ବନ୍ଦ କରିବା ପାଇଁ ବିଜୟକୁ ବାଧ୍ୟ କରିଥିଲେ । ବିଜୟ ଅପେକ୍ଷା କରିବାକୁ କହିବାରୁ ।ଏହାକୁ ନେଇ ତାରାକାନ୍ତ ରାଗରେ ବିଜୟକୁ ଆକ୍ରମଣ କରିଥିଲେ ବୋଲି ବିଜୟ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବିଜୟଙ୍କ ଅଭିଯୋଗକୁ ଗ୍ରହଣକରି ସତ୍ୟବାଦୀ ଥାନା କେସନଂ ୧୬୫/୨୧ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୪/୨୦୨୧----୬,୨୫