ସତ୍ୟବାଦୀରେ ବିଜୁ ବାବୁଙ୍କ ୨୪ତମ ତୀରୋଧାନ ଦିବସ ପାଳିତ
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ଛକ ମହାବୀର ମନ୍ଦରି ନିକଟରେ ବିଜୁ ପ୍ରେମି ମାନେ ବିଜୁ ବାବୁଙ୍କ ୨୪ତମ ତୀରୋଧାନ ଦିବସ ପାଳନ କରିଛନ୍ତି । ଏହି ଅବସରରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ, ଧୂପ ଓ ଦୀପ ପ୍ରଦାନ କରିବା ପରେ ଦେଶାତ୍ମା ସଂଗୀତ ଗାନ କରି ବିଜୁ ବାବୁ ଅମର ରହେ ଆଦି ସ୍କୋଗନ ଦେଇଥିଲେ । ସ୍ମୃତି ସଂସଦ ସତ୍ୟବାଦୀ, ସାକ୍ଷୀଗୋପାଳ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ଅନୁଷ୍ଠାନର ସଭାପତି ଅନନ୍ତ ମହାପାତ୍ର ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ବିଜୁ ବାବୁଙ୍କୁ ଭାରତରତ୍ନ ଦେବାରେ ରାଜନୀତି ବନ୍ଦ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଥିଲା । ବିଜୁ ବାବୁଙ୍କୁ କିଏସେ ନଚିହ୍ନେ । ସେ ହେଉଛନ୍ତି କଳିଙ୍ଗର ବୀର ଭାବରେ ପରିଚିତ । ବିଜୁ ବାବୁ ଏପରି ଜଣେ ମଣିଷ ଥିଲେ ତାଙ୍କ ମର ଶରୀର ଉପରେ ତିନି ତିନୋଟି ଦେଶର ଜାତୀୟ ପତାକା ପକାଯାଇଥିଲା ବୋଲି ଉପସ୍ଥିତ ବିଜୁ ପ୍ରେମୀ ମାନେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ତୁଷାର ନାୟକ, ପୂର୍ଣ୍ଣାନନ୍ଦ ତ୍ରିପାଠୀ , ଗ୍ରାମ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତାସିଂ , ରବିିନ୍ଦ୍ର ଶତପଥୀ, ସୁରେନ୍ଦ୍ର ସାହୁ, କୌଳାସ ମହାପାତ୍ର, ନୀଳକଣ୍ଠ ପ୍ରଧାନ, ମୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୪/୨୦୨୧---୫,୦୫