Breaking News

ସାଗର ସ୍ନାନ ଓ ବାରୁଣୀବୁଡ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ; ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ଦୁରେଇ ରଖିଲା


 ସାକ୍ଷୀଗୋପାଳ, ୩ା୪( ସମିସ); ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକଅନ୍ତର୍ଗତ ବରାଳ ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ସିଂହଦ୍ୱାର ନିକଟରେ  ଶନିବାର ଅପରାହ୍ନରେ ସାଗରସ୍ନାନ ଯାତ୍ରା ପାଇଁ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା  ତାରିଖ ଦିନ ଏହି ସାଗରସ୍ନାନ ବା ବାରୁଣୀ ବୁଡ ଅନୁଷ୍ଠିତ ହେବ ।  ବୈଠକରେ ଠାକୁରଙ୍କ ଦେବନୀତି ନିଘଣ୍ଟ କରାଯାଇଛି ।  ଏ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନ ଅନୁଯାୟୀ ଯାତ୍ରା ପାଳନ କରାଯିବ । ସାଗରସ୍ନାନ ଦିନ ମେଳଣ ପଡିଆକୁ ବା ବୁଡ ପକାଇବା ପାଇଁ କାହାରିକୁ ଅନୁମତି ଦିଆଯିବ ନାହିଁ ।  ମେଳଣ ପଡିଆରେ ଦେକାନବଜାର ବା ଲୋକଙ୍କର ଗହଳି ଉପରେ ରୋକ ଲଗାଯାଇଛି । କେବଳ ଠାକୁରଙ୍କ ନୀତିକାନ୍ତି କରାଯିବ ବୈଠକରେ ନିସ୍ପତି ଗ୍ରହଣ କରାଯାଇଛି ବୋଲି ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକଙ୍କ ଠାରୁ ସୁଚନା ମିଳିଛି । ଅବାଶ୍ୟକ ପଡିଲେ ଉକ୍ତ ପଡିଆରେ ୧୪୪ ଧାରା ଜାରି କରାଯିବ ।  ଏହି ବୈଠକରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା,  ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର , ପୂର୍ତ୍ତ ବିଭାଗର ଜେଇ ମନୋଜ ନାୟକ, ସାକ୍ଷୀଗୋପାଳ ମେଡିକାଲ ଇନିଚାର୍ଯ୍ୟ ଡ. ବିଶ୍ୱଜିତି ମିଶ୍ର,  ବରାଳ ମନ୍ଦିର ପରିଚାଳନା କମିଟି ସଭ୍ୟ ଓ ନିଯୋଗ , ଦେବୋତ୍ତର ବିଭାଗ, ଜିଲ୍ଲା ପରିଷଦ ସଭ୍ୟ  ପ୍ରହଲ୍ଲାଦ ଘଟୁଆରୀ , ଧୃବ ଚରଣ ଦାଶ,  ସରପଞ୍ଚ, ବଳପୁର ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ଓ ସଭ୍ୟ, ସୁଆଣ୍ଡୋ ଲୋକେଶ୍ୱର ଦେବଙ୍କ ମନ୍ଦିର ପରିଚାଳନା  ସଦସ୍ୟ ପ୍ରମୁଖ  ବୈଠକରେ ଯୋଗ ଦେଇଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୪/୨୦୨୧----୬,୪୫

Blog Archive

Popular Posts