Breaking News

ଟାଟାସୁମୋ ଗାଡି ଧକ୍କାରେ ମଟର ସାଇକେଲ ଚୁରମାର; ସ୍ୱାମୀ ଓ ସ୍ତ୍ରୀ ଆହତ



 ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ଥାନା ହାବିଲଦାର ପ୍ରବିତ୍ର ମୋହନ କଅଁର ୩୧୬ନଂ ଜାତୀୟ ରାଜପଥର ବଡକାଞ୍ଜିଆ ନିକଟରେ ଡ୍ୟୁଟି କରୁଥିଲେ । ଭୁବନେଶ୍ୱର ରୁ ପୁରୀ ଅଭିମୁଖେ ଏକ ଟାଟା ସୁମୋ ଗାଡି ଦୃତଗତିରେ ଆସି ଏକ ମଟର ସାଇକେଲକୁ ଧକ୍କା ଦେଇଥିଲା । ଯାହା ଫଳରେକି ମଟର ସାଇକେଲରେ ଯାଉଥିବା ସ୍ୱାମୀ ଓ ସ୍ତ୍ରୀ ୀରାସ୍ତା ଉପରେ ଝିଟିକି ପଡିବା ସହ ମଟର ସାଇକେଲଟି ଭାଙ୍ଗି ରୁଜି ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ସ୍ୱାମୀ ଓ ସ୍ତ୍ରୀଙ୍କୁ ପଥମେ ସାକ୍ଷୀଗୋପାଳ ପରେ ପରେ ପୁରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ସେଠାରୁ ଭୁବନେଶ୍ୱର ପଠାଯାଇଥିବା ଜଣାପଡିଛି । ଟାଟାସୁମୋ ଗାଡି ନଂ ଡ୍ୟୁବି- ୫୨ ଏମ- ୨୭୮୦ । ମଟର ସାଇକେଲ ନଂ ଓଡି- ୦୨- ଡ୍ୟୁ୨୪୮୨ ଜଣାପଡିଛି । ଗାଡି ଦୁଇଟିକୁ ସତ୍ୟବାଦୀ ପୋଲିସ ଜବତ କରିଛି । ହାବିଲଦାର ଶ୍ରୀ କଅଁରଙ୍କ ଲିଖିତ ଅଭିଯୋଗ କ୍ରମେ ୧୪୫/୨୦୨୧ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୪/୨୦୨୧--୪,୫୫

Blog Archive

Popular Posts