Breaking News

ପିପିଲି ନିର୍ବାଚନ ପାଇଁ ସତ୍ୟବାଦୀ ଥାନାରେ ପ୍ରସ୍ତୁତି ହେଲା ରଣନୀତି

 ସାକ୍ଷୀଗୋପାଳ----- ପିପିଲି ଉପନିର୍ବାଚନ ପାଇଁ ୧୭ ତାରିଖରେ ମତଦାନ ହେବାକୁ ଯାଉଛି । ପ୍ରାର୍ଥୀ ମାନେ ସେମାନଙ୍କର ଦଳୀୟ ନେତା, କର୍ମୀ ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଯାହାକୁ ନେଇ ଡେଲାଙ୍ଗ ଓ ପିପିଲିରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି । ଏହାକୁ ନଜର କରି ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସପି  ବଡଜେନାଙ୍କ ଅଧ୍ୟକ୍ଷତାରେ  ସତ୍ୟବାଦୀ ଥାନାରେ ପିପିଲି ଉପନିର୍ବାଚନ ପାଇଁ ଋଣନୀତି ପ୍ରସ୍ତୁତି କରାଯାଇଛି । ବିଶେଷ କରି ଚୋରା ନିଶା କାରବାର ରୋକିବା, ପୁରୁଣା ଅଭିଯୁକ୍ତ, ଅସମାଜିକ ଯୁବକ ମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିବା, ବୁଥ ଗୁଡିକରେ ମତଦାନ ଦିନ ଯେପରି କୌଣସି ଅପସ୍ଥିତକର ସୃଷ୍ଟି ନହୁଏ ସେ ଦିଗପ୍ରତି ସଜାଗ ରହିବା । ସନ୍ଦେହ ଜାତ ହେଲେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ । ଯେପରି ଶାନ୍ତି ଶୃଙ୍ଖଳା ସହିତ ଉପନିର୍ବାଚନ ଶେଷ ହେବ ସେ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଗୁଡିକରେ ପଡି ରହିଥିବା ୱାରେଣ୍ଟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରାଯାଇଛି । ରାତ୍ର କାଳୀନ ପିପିଲି, ଡେଲାଙ୍ଗ, ବଳଙ୍ଗା ପାଖ ସତ୍ୟବାଦୀ ଓ କଣାସ ଥାନା ଅଞ୍ଚଳରେ ଜୋରସୋର ପ୍ରାଟୋଲିଂ କରିବା ପାଇଁ ନିସ୍ପତି ହୋଇଥିବା ଜଣାପଡିଛି । ଏହି ବୈଠକରେ ଡିଆଇଭି ଇଣ୍ଟତଲିଜେନସ ବ୍ୟୁରୋ ଅଧିକାରୀ ହେମନ୍ତ କୁମାର ପଣ୍ଡା, ଡି.ଏସପି ଇନ୍ଦ୍ରମଣି ବେହେରା, ପିପିଲି ଏସଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ, ପିପିଲି ଥାନା ଆଇଆଇସି ଗୌରାଙ୍ଗ ଚରଣ ପୁଷ୍ଟି, କଣାସ ଥାନା ଆଇଆଇସି ତପନ କୁମାର ରାଉତ, ବଳଙ୍ଗା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ଯୋଗଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୪/୨୦୨୧----୮,୨୧

Blog Archive

Popular Posts