>>
  • କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ
  • >>
  • ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
  • >>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • >>
  • ମାତିଲେଣି ଆତ୍ମ ଘୋଷିତ ସାମ୍ବାଦିକ , ମିଛ ଖବର ଛାପି ନିରୀହ ବ୍ୟକ୍ତିଙ୍କୁ କରୁଛନ୍ତି ବିଭ୍ରାଟ
  • >>
  • ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳରେ ଏଟିଭିଏମ ବ୍ୟବହାରରେ ପ୍ରଭାବଶାଳୀ ବୃଦ୍ଧି
  • ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନରେ ରୋକ ଲଗାଇଲା କରୋନା; ହରିରାଜପୁର ମେଳଣ ପଡିଆରେ ୧୪୪ ଜାରି


     ଡେଲାଙ୍ଗ  -----  ଓଡିଶା ପ୍ରସିଦ୍ଦ ହରିରାଜପୁର ପଞ୍ଚୁଦୋଳ ମେଳଣ ଆଜି ରାତିରେ ଜମାଣ । ଏଠାରେ ଏତେ ପରିମାଣର ଲୋକ ଏକାଠି ହେଉଥିବାରୁ କରୋନା ଭୟ ସମସ୍ତଙ୍କୁ ଘାରିଛି । ସେଥିଯୋଗୁ ଜିଲ୍ଲା  ପ୍ରଶାସନ ପକ୍ଷରୁ ମେଳଣ ପଡିଆରେ  ୧୪୪ ଧାରା ଜାରି କରାଯାଇଛି । ଦୁତୀୟ ପର୍ଯ୍ୟାୟ କରୋନା ଯୋଗୁ ଲୋକମାନଙ୍କୁ ସଚେତନତା କରାଯାଉଛି ।  ଏହି ମେଳଣର ମୁଖ୍ୟ ଆକର୍ଷଣ ହେଉଛି ଆତସବାଜି ପ୍ରଦର୍ଶନୀ । ବିଭିନ୍ନ ବାଣୁଆ ମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବାଣ ଓ ବିଭିନ୍ନ ମାନସିକ ବାଣ ଏଠାରେ ମରାଯାଇଥାଏ । ଠାକୁରଙ୍କ ଜମିଲା ମେଳଣ ଦିନ ଆତସବାଜି ପ୍ରଦର୍ଶନୀ ଓ ଠାକୁରଙ୍କର ସଲଟଣ ଯିଏ ଥରେ ଦେଖିଛି ସେ ଜୀବନ ଥିବା ପର୍ଯ୍ୟନ୍ତ ଭୁଲି ପାରି ନାହାନ୍ତି  । ମାତ୍ର କରୋନା ଯୋଗୁ ସବୁ ଠପ ହୋଇଯାଇଛି । ପୋଲିସ ବାହିନୀ ଏଠାରେ ସଜାଗ ରହିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଡେଲାଙ୍ଗ ତହସିଲଦାର ମାଜେିଷ୍ଟେଟ ଦାୟତ୍ୱରେ ରହିଛନ୍ତି । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ମେଳଣ କରାଯିବ କେବଳ ଠାକୁରଙ୍କ ବିମାନ ଆସିବ ମା୍‌ତ୍ର ବାଣ ଫୁଟିବ ନାହିଁ କି ଲୋକଙ୍କର ଗହଳି ହେବ ନାହିଁ । ସେହିପରି ମେଳଣ ପଡିଆରେ ୫ଜଣରୁ ଅଧିକ ଲୋକ ଜମା ହୋଇ ପାରିବେ ନାହିଁ । ଦେକାନ ବଜାର ଖୋଲିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଆଗରୁ ଜଣାଇ ଦିଆଯାଇଛି ।  ଏହି ପ୍ରସିଦ୍ଦ ମେଳଣ ପଡିଆ ପିପିଲି -ଜଟଣୀ ରାସ୍ତାର ପିପିଲି ଠାରୁ ୧୦ କି.ମି , ଜଟଣୀ ଠାରୁ ୪ କିମ.ି ଓ ଭୁବନେଶ୍ୱର ଠାରୁ କପିଳପ୍ରସାଦ ରାସ୍ତାରେ ଆସିଲେ ୧୫ କି.ମି ଆସିଲେ ଏହିପ୍ରସିଦ୍ଦ ମେଳଣ ପଡିଆ ଦଣ୍ଡାୟମାନ । ଗଜପତି ନରସିଂହ ଦେବଙ୍କ ଶାସନ ସମୟରେ ୧୬୩୭ ଖୀଷ୍ଟାର୍ଦ୍ଧ ସମୟରୁ ଏହି ଐତିହାସିକ ମେଳଣ ଅନୁଷ୍ଠିତ ହୋଇ ଆସୁଥିବା ଲୋକମୁଖରୁ ଶୁଣିବାକୁ ମିଳେ ।  ମେଳଣ ପଡିଆଟିର ପରିସୀମା ୮୦ ଏକର ।  ମନ୍ଦିରରେ ସମସ୍ତ ଦେବନୀତି ସମାପନ ପରେ ମେଳଣ ର  ସ୍ଥାନାଧିପତି ପ୍ରଭୁ ପଶ୍ଚମିାଶମ୍ଭୁ ସେମାନାଥ ଦେବ, ପ୍ରଭୁ ଗୋପାଳଜୀଉ ଓ ବାଳମୁକୁନ୍ଦଦେବଙ୍କ ସହ ମିଶି ଏକ ସୁସଜ୍ଜିତ ବିମାନରେ  ମନ୍ଦିରରୁ ପଶ୍ଚିମ ଦ୍ୱାର ପଟେ ବାହାରିଥାଆନ୍ତି । ମନ୍ଦିର ଠାରୁ ଏକ ବିରାଟ ପଟୁଆରରେ ମେଳଣ ପଡିଆକୁ ଯାତ୍ରା କରିଥିଲେ । ମେଳଣର ମୁଖ୍ୟ ଆର୍କଷଣ ହୋଉଛି ଗୋପାଳଜୀଉ ଓ ବାଳମୁକୁନ୍ଦଦେବ, ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ସୁସଜ୍ଜିତ ବିମାନ ସହିତ ସଲଟନ ପ୍ରଦର୍ଶନ ।  ଏ ବର୍ଷ ସବୁ ବନ୍ଦ ରହିଛି ।   ସେହିପରି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଦେବ ବିଗ୍ରହ ବୁଢାପଦାର ସୋମନାଥଦେବ, ଛଣଘରର ଗତିଶ୍ୱେରଦେବ, କନ୍ତିଆ ଗ୍ରାମର ବାଲୁଙ୍କେଶ୍ୱରଦେବ ଓ ଟାଙ୍ଗିଭଁସର ଗ୍ରାମର ନୀଳକଣ୍ଠେଶ୍ୱର ଦେବଏହି ମେଳଣରେ ଅଂଶଗ୍ରହଣ କରିଥିଲେ ।  ବିଭିନ୍ନ ଗ୍ରାମ ମାନଙ୍କରୁ ଏ ବର୍ଷ ପ୍ରାୟ ୭୮ଟି ବିମାନଏହି ମେଳଣରେ ଅଂଶଗ୍ରହଣ କରିଥିଲେ ।  ମେଳଣ ପଡିଆ ମଧ୍ୟରେ  ମେଳଣ ପରିଚାଳନା ପରିଷଦ , ଉତ୍କଳ ଗୌରବ ଯୁବ ସଂଗଠନ, ପଶ୍ଚିମାଶମ୍ଭୁ ଯୁବ ସଂଗଠନ, ସୋମନାଥ ଦେବ ୟୁଥକ୍ଳବ, ପଶ୍ଚିମାଶମ୍ଭୁ ପଞ୍ଚୁଦୋଳ କ୍ଳବ, ସୋମନାଥ ଦେବ ଦୋଳ ନିର୍ମାଣ ଓ କୁଞ୍ଜ ନିର୍ମାଣ ସମିତି, ଗଜପତି ବାସନ୍ତୀ କ୍ଳବ ଓ ହରିରାଜପୁର ଗ୍ରାମ ବାସୀଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପ୍ରତିବର୍ଷ କରିଆସୁଥିଲେ । ମାତ୍ର ଏବର୍ଷ କରୋନା ଯୋଗୁ ସବୁ ବନ୍ଦ ରହିଛି ବୋଲି ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଡାଇ କହନ୍ତି ।  କହିବାକୁ ଗଲେ ଏ ବର୍ଷ ହରିରାଜପୁର ମେଳଣ କରୋନା ଯୋଗୁ ଫିକା ପଡିଗଲା ।

     ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୪/୨୨୧------୮,୧୫

    Blog Archive

    Popular Posts