Breaking News

ଉତ୍କଳ ଦିବସରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ପୂଜା ପାଠ କରାଗଲା


 ସାକ୍ଷୀଗୋପାଳ------- ଉତ୍କଳ ଦିବସରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟ ପଞ୍ଚସଖା ମଣ୍ଡପରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ଗୁଡିକ ସଫା ସୁତରା କରାଯିବା ପରେ ଫୁଲ, ଦୀପ, ଧୂପ ଦେଇ ପୂଜାପାଠ କରାଯାଇଥିଲା । ସତ୍ୟବାଦୀର କଳାପ୍ରେମୀ, ସମାଜସେବୀ, କ୍ରୀଡାବିତ, ଡାକ୍ତର , ସେବାୟ୍‌ତ ଓ ଯୁବକ ମାନଙ୍କ ମିଳିତ ସହଯୋଗରେ ସତ୍ୟବାଦୀରେ ଉତ୍କଳ ଦିବସ ୨୦୨୧ ପାଳିତ ହୋଇଯାଇଛି ।  ସଂଧ୍ୟାରେ ବକୁବନସ୍ଥିତ ମୁକ୍ତାକାଣ ରଙ୍ଗମଞ୍ଚରେ ସଭା ଅନୁଷ୍ଠିତ ହୋଇଥିଲା । ଏହି  ସଭାରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ  ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଭୟୁରଭଞ୍ଜ ମହାରଜା ପ୍ରବୀଣ କୁମାର ଭଞ୍ଜଦେଓ, ପୂର୍ବତନ ଅଧ୍ୟକ୍ଷ ଏସ.ସି.ବି ମେଡିକାଲ କଲେଜର ଡାକ୍ତର ସିଦ୍ଧାର୍ଥ ଦାଶ, ଅଭିନେତା ସବ୍ୟସାଚୀ ମିଶ୍ର, ସମାଜସେବୀ ସୁକାନ୍ତ କିଶୋର ସାମନ୍ତରାୟ, ସାକ୍ଷୀଗୋପାଳ ଚିକିତ୍ସା ଅଧିକାରୀ  ଡ. ପ୍ରୀତମ ବାଗ, ମିଷ୍ଟର ୱାଲର୍ଡ ଆମ୍ବାସାଡର ରାସଭ ବର୍ମା, ମିସେସ ଇଣ୍‌ଡିଆ ଟୁରିଜିମ ଆମ୍ବାସାଡର ସଂଯୁକ୍ତା ନାଥ ପାଣ୍ଡେ, ମନମ ଫାଉଣ୍ଡେସନର  ମୋନାଦିପା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସାମ୍ବାଦିକ, ଲେଖକ, ସେବାୟତ ଓ ପ୍ରତିଯୋଗିତାରେ ସଫଳ ଅର୍ଜନ କରିଥିବା ପିଲା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୪/୨୦୨୧----୮,୨୩

Blog Archive

Popular Posts