Breaking News

ବୀରପୁରୁଷୋତ୍ତମପୁର ଗ୍ରାମର ମହିଳା ମାନେ ବିଜେପିରେ ସାମିଲ ହେଲେବୋଲି ଖବର ମିଥ୍ୟା ; ଭୋକ ବିକଳରେ ତାଟିଆ କାମୁଡିଛି ବିଜେପି; ପ୍ରଫୁଲ ସିଂ


 ଡେଲାଙ୍ଗ ----- ମହିଳା ମାନଙ୍କୁ ମିଛ କଥା କହି ଘରୁ ଡାକି ନେଇ ଏକ ଆଲେଚନା କରିଥିଲେ । ସେମାନଙ୍କ ଅଜଣାତରେ ସେମାନଙ୍କର ସହ ମତି ନ ନେଇ ବିଜେପିରେ ସାମିଲ ହୋଇଥିବା ଏକ ଖବର କାଗଜରେ ପ୍ରକାଶିତ କରାଯାଇଛି । ଏହାକୁ ଉକ୍ତ ମହିଳା ମାନେ ଘୋର ବିରୋଧ କରିବା ସହ ଆଗାମୀ ଉପନିର୍ବାଚନରେ ଏହାର ସଠିକ ଜବାବ ଦିଆଯିବ ବୋଲି କହିଛନ୍ତି । ଭୋକ ବିକଳରେ ତାଟିଆ କାମୁଡିଛି ବିଜେପି ବୋଲି  ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଫୁଲ ସିଂ କହିଛନ୍ତି । ପିପିଲି ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଜେପିର କାରନାମ ଏବେ ପଦାକୁ ଆସୁଛି । ପ୍ରଥମେ ଟଙ୍କା ତାପରେ ଗ୍ୟାସ ଏବେ ମହିଳା ମାନଙ୍କ ନାମରେ ମିଥ୍ୟା ପ୍ରଚାର କରୁଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ବୀରପୁରୁଷୋତ୍ତମପୁର ପଞ୍ଚାୟତର ୨ଗ୍ରାମର କିଛି ମହିଳା ମାନଙ୍କୁ ଗୋଷ୍ଠୀ ସଭା ହେବ କହି ଡାକିନେଇଥିଲେ । ସେଠାରେ ବିଭିନ୍ନ କଥା ଆଲେଚନା କରାଯାଇଥିଲା । ମହିଳା ମାନେ ଆସିବା ପରେ ସେମାନଙ୍କ ଫଟୋ ଖବର କାଗଜରେ ଛାପି ମହିଳା ମାନେ ବିଜେପିରେ ସାମିଲ ହେଲେ ବୋଲି ପ୍ରକାଶ ପାଇଛି । ଏହାକୁ ଉକ୍ତ ଗ୍ରାମର ସୁଲଚନା ପଣ୍ଡା, ପ୍ରମିଳା ରାଉତ, ମଞ୍ଚୁବାଳା ସେଠୀ, ସୁଭଦ୍ରା ବେହେରା, ତିଲୋତ୍ତମା ବେହେରା, ରମାମଣି ସେଠୀ, ମଞ୍ଜୁଲତା ସେଠୀ ପ୍ରାୟ ୪୦ରୁ ୫୦ ଜଣ ମହିଳା ଏହି ମିଶ୍ରଣ ଖବରକୁ ଖଣ୍ଡନ କରିବା ସହ ଆଗାମି ୧୭ ତାରିଖରେ ଏହାର ସଠିକ ଜବାବ ଦେବେ ବୋଲି ମତ ପ୍ରକାଶ କରିବା ସହ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ମହିଳା ମାନେ କହିଥିଲେ । ଏବଂ ବିଜେପି ଧିକ ଧିକ , ମିଛୁଆ ବିଜେପି ଆଦି ସ୍ଳୋଗାନ ଦେଇଥିଲେ । ଆମେ ବିଜେଡି ଦଳରେ ରହିଛୁ ଏବେ ମଧ୍ୟ ବିଜେଡି ଦଳରେ ସାମିଲ ଅଛୁ ବୋଲି କହିଥିଲେ । ଏହି ଅବସରରେ ସାଗରିକା ମିଶ୍ର ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାନେତ୍ରୀ , ମନୋରମା ପାତ୍ର, ଚିନ୍ମୟ ଦାଶ, ରାକେଶ ରାମ ଉକ୍ତ ପଞ୍ଚାୟତର ବିଜେଡି ଦଳର ପର୍ଯ୍ୟବେକ୍ଷକ ମାନେ ଉପସ୍ଥିତ ରହିଥିଲେ । ଗ୍ରାମର କୃଷ୍ଣଚନ୍ଦ୍ର ମହାପାତ୍ର ଶଙ୍କର ସେଠୀ ପ୍ରମୁଖ ଆମକୁ ଏଭଳି ବଦନାମ କରିବା ଠିକ ହୋଇନାହିଁ ବୋଲି କହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୧----୧୦,୦୫

Blog Archive

Popular Posts