Breaking News

କୋଭିଡ-୧୯ ଆଇନ ଅନୁଯାୟୀ ବାରୁଣୀସ୍ନାନ ବା ସାଗରସ୍ନାନ ପାଳିତ ହେବ

 ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବଳପୁର ଓ ସୁଆଣ୍ଡୋ ଗ୍ରାମ ମୁଣ୍ଡରେ ପ୍ରବାହିତ ଭାର୍ଗବୀ ନଦୀର ଭୃଗ ଘାଟରେ ଗୁରୁବାର ବାରୁଣିବୁଡ ବା ସାଗରସ୍ନାନ ଅନୁଷ୍ଠିତ ହେବ ।  ସତ୍ୟବାଦୀ ପ୍ରଶାସନ ପକ୍ଷରୁ ସେଠାରେ କୋଭିଡ-୧୯ ଆଇନ ଜାରି କରାଯାଇଛି । ଯାହା ଫଳରେକି ଲୋକମାନଙ୍କର ଗହଳି ବା ଦେକାନ ବଜାର ଖୋଲିବ ନାହିଁ । କେବଳ ଠାକୁରଙ୍କ ନୀତିକାନ୍ତି କରାଯିବ ବୋଲି ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକଙ୍କ ଠାରୁ ସୁଚନା ମିଳିଛି । ଠାକୁର ବିମାନରେ ଭୃଗ  ଘାଟକୁ ଆସିବା ବେଳେ ସେବାୟତ ମାନଙ୍କ ବ୍ୟତିତ୍ୟ ଅନ୍ୟ କାହାରିକୁ ପଡିଆକୁ ଯିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୧----୪,୦୫

Blog Archive

Popular Posts