ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶଙ୍କ ଡେଲାଙ୍ଗ ଥାନା ଗସ୍ତ
ଡେଲାଙ୍ଗ ------ ପିପିଲିରେ ଉପନିର୍ବାଚନ ତାରିକ ଯେତେ ପାଖେଇ ଆସୁଛି ପ୍ରଶାସନିକ ଚଳଚଞ୍ଚଳ ହୋଇ ଉଠିଛି । ଆଜି ଡେଲାଙ୍ଗ ଥାନାକୁ ରାଜ୍ୟ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠୁଆ ଗସ୍ତ କରି ଶାନ୍ତିଶୃଙ୍ଖଳା,ସ୍ୱଚ୍ଚ ନିରପେକ୍ଷ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ତଦରଖ କରିଥିଲେ । ନିର୍ବାଚନ ପାଇଁ ସମସ୍ତ ବିଧିବ୍ୟବସ୍ଥା ସମ୍ପର୍କେ ସମୀକ୍ଷା କରିଥିଲେ । ତାଙ୍କ ସହିତ ଡିଆଇଚି କ୍ରିମନାଲ, ଏସପି ପୁରଙ୍କ ସହିତ ଅନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ପିପିଲି ଏସଡିପିଓ ଦେବଦତ୍ତ ବରାଳ, ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସହ ନିର୍ବାଚନ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ଆଲେଚନା କରିଥିଲେ । ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁସାରେ କୋଭିଡ ନିୟମ ଅନୁପାଳନ କରିବା ଭିଆଇପି ଓ ଭି ଭିଆଇପି ମାନଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲେଚନା କରାଯାଇଥିଲା । ନିଶା କାରବାର ବନ୍ଦ କରିବା, ଅସମାଜିକ ଯୁବକ ମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିବା, ଗଣ୍ଡଗୋଳ ଆଶଙ୍କା ଥିବା ଗୋଷ୍ଠୀ ମାନଙ୍କ ବିରୁଧରେ ୧୦୭ ଲଗାଇବା ଜାମିନ ବିହନ ପରୱାନ ମାନଙ୍କୁ ଗିରଫ କରିବା ଳ ।ବଆଇନ ଅସ୍ତ୍ରଶସ୍ତ ରଖିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଡିଆଇଜି ନିର୍ଦ୍ଦେଶ ଦେଇଥବା ଜଣାପଡିଛି । ନିର୍ବାଚନର ସମସ୍ତ ପ୍ରବେଶ ପଥକୁ ନାକାବନ୍ଦି କରି ସମସ୍ତ ଗାଡି ମଟର ଗୁଡିକ ଯାଞ୍ଚ କରିବାକୁ କହିଥିଲେ । ଡେଲାଙ୍ଗରେ ୨୪ ଘଣ୍ଟିଆ ପୁଲିସ ପ୍ରହରା ଦେବା ପାଇଁ ଡେଲାଙ୍ଗ ଥାନା ଆଇଆଇସି ଓ ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଥବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୪/୨୦୨୧----୧୦,୧୫