ଜମିଜମାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ
ସାକ୍ଷୀଗୋପାଳ --------ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନହଳା ଗ୍ରାମର ଦୁଇ ପରିବାର ମଧ୍ୟରେ ଜମିଜମାକୁ ନେଇ ଗଣ୍ଡଗୋଳ ଘଟିଛି । ମମତା ଭୋଇ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦିଅର ଅଶୋକ ଭୋଇ ରାଗରେ ମମତାଙ୍କ ଘର ଉପରକୁ ଟେକା ମାଡ କରିବା ସହ ଘର ଆସବାପାତ୍ର ନଷ୍ଟ ହୋଇଛି । ଏବଂ ତାଙ୍କ ଝିଅ ଏଥିରେ ଆହତ ହୋଇଛନ୍ତି । ସତ୍ୟବାଦୀ ଥାନାରେ ୧୬୩/୨୧ରେ ଏକ କେସରୁଜ ହୋଇ ତଦନ୍ତ ଜାରି ରହିଛି । ସେହିପରି ଅଶୋକ ଭୋଇ ମମତାଙ୍କ ସ୍ୱାମୀ ଅଭିମନ୍ୟୁ ଭୋଇଙ୍କ ନାମରେ ଏକ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୧୬୪/୨୧ରେ ଏକ କେସରୁଜ କରାଯାଇ ତଦନ୍ତ ଚାରି ରହିଥବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୪/୨୦୨୧----୬,୨୫