ସତ୍ୟବାଦୀ ହାଇସ୍କୁଲ ସାନିଟାଇଜର ହେଲା
ସାକ୍ଷୀଗୋପାଳ ---- ସତ୍ୟବାଦୀ ହାଇସ୍କୁଲରେ ଜଣେ ଶିକ୍ଷକ କରୋନାରେ ଆକ୍ରାନ୍ତ ହେବା ଜଣାପଡିବା ପରେ ବ୍ଳକ ପ୍ରଶାସନ ପକ୍ଷରୁ ବିଦ୍ୟାଳୟକୁ ସାନିଟାଇଜର କରାଯାଇଛି । ବିଦ୍ୟାଳୟରେ ପିଲା ମାନଙ୍କର କ୍ଳାସ ପରୀକ୍ଷା ଚାଲିଛି । ଏହାକୁ ନଜର କରି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ କ୍ଳାସରୁମ, ଶୌଚାଳୟ ଓ ଅଫିସ କାର୍ଯ୍ୟାଳୟ ସାନିଟାଇଜର କରାଯାଇଛି । ଶିକ୍ଷକ ମାନେ ଯେଉଁଘରେ ବସନ୍ତି ତଥା ଲାଇବ୍ରେରୀ ରୁମ ଏବେ ସିଲ କରାଯାଇ ରଖାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୪/୨୦୨୧----୬,୨୫