Breaking News

ସତ୍ୟବାଦୀ ବିଜେପି ସଂଘ ପକ୍ଷରୁ ଏକ ବନ୍ଧୁ ମିଳନ


ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତ ବାବା ଖଣ୍ଡୁଆଳ ମନ୍ଦିର  ପରିସରରେ ବିଜେପି ଓ ସଂଘ ପରିବାର ପକ୍ଷରୁ ଏକ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି ।  ସଂଗଠନର ସଭାପତି ଗଙ୍ଗାଧର ଛାଟୋଇ ଏହି ବନ୍ଧୁ ମିଳନର ଆୟୋଜନ କରିଥିବା ବେଳେ ସତ୍ୟବାଦୀର ବରିଷ୍ଠ ବିଜେପି ନେତା ଡ. ବିଶ୍ୱନାଥ ରଥ ଅଧ୍ୟକ୍ଷତା କରିଥିଲେ  । ବହୁ ଦିନ ପରେ ବିଜେପି ଓ ସଂଘ ପରିବାର ପକ୍ଷରୁ ଏକତ୍ର ହୋଇଥିବାରୁ  ଏକ ଖୁସିର ମହଳ ସୃଷ୍ଟି ହୋଇଥିଲା । ବିଜେପି ମଧ୍ୟରେ ସତ୍ୟବାଦୀରେ ହୋଇଥିବା ଫାଟ କିପରି ଆପେସ ବୁଝାମଣା ହେବା ସହ ଭାଇଚାର ସମ୍ପର୍କ ରହିବ  ଓ ଗୋ ସମ୍ପଦ କିପରି ସୁରକ୍ଷା ସଂଘ ପକ୍ଷରୁ କରାଯାଇ ପାରିବ ସେ ସମ୍ପର୍କରେ ଆଲେଚନା କରାଯାଇଥିଲା ।  ଚିତ୍ତ ଆଚାର୍ଯ୍ୟ, ପ୍ରାଚୁର୍ଯ୍ୟ ହୋତା, ଆଦିକନ୍ଦ ଶ୍ରୀ ଚନ୍ଦନ, ପ୍ରଫୁଲ ସାହୁ, ରାଜ କିଶୋର ବରାଳ, ଅମୁଲ୍ୟ ବରାଳ, ଚିତ୍ତ ରଞ୍ଜନ ବରାଳ ପ୍ରମୁଖ ଯୋଗଦେଇ ନିଜ ନିଜ ମତ ପ୍ରକାଶ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୪/୨୦୨୧----୮,୧୦

Blog Archive

Popular Posts