ଚୋରା ବାଲି ଚାଲାଣ ବେଳେ ଧରାପଡିଲା ତିନି ଗାଡି ; ୭୦ ହଜାର ଟଙ୍କା ଜୋରିମାନା ଆଦାୟ
ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ତହସିଲ ଅନ୍ତର୍ଗତ ଗଣ୍ଡତୁରୁମ ନଦୀ ରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା । ଆଜି କୌଣସି ସୂତ୍ରରୁ ଖବର ପାଇ ଭେଡେନ ଅତିରିକ୍ତ ତହସିଲଦାର ନାରାୟଣ ଦଣ୍ଡସେନା ଓ ରୁଷୁଡା ଫାଣ୍ଡି ଅଧିକାରୀ ଗଣେଶ କଲେତ ଗଣ୍ଡତୁରୁମ ନଦୀ ପଠାକୁ ଯାଇଥିଲେ। ସେଠାରେ ତିନୋଟି ହାଇୱା ଟ୍ରକ ଜବତ କରିଥିଲେ । ଓଡି--୧୫ଆର---୪୦୭୫ ହାଇୱା ଟ୍ରକ ରେ ବାଲି ଲୋଡେ ଥିଲା । ଓଡି-୦୫-କ୍ୟୁ-୫୪୨୧ ଓ ଅନ୍ୟ ଗାଡି ନଂ ଓଡି---୧୫ ଏମ---୩୩୨୧ ଏହି ଦୁଇଟି ଗାଡି ବାଲି ଲୋଡ କରିବାକୁ ଅପେକ୍ଷା କରିଥିଲେ। ଏହି ସମୟରେ ଅତିରିକ୍ତ ତହସିଲଦାର ଟ୍ରକ ଚାଲକ କୁ ବାଲି ଚାଲାଣ କାଗଜପତ୍ର ମାଗିଥିଲେ । କୌଣସି କାଗଜପତ୍ର ଦାଖଲ କରିପାରି ନଥିଲେ । ଅତିରିକ୍ତ ତହସିଲଦାର ୭୦,୦୦୦ ଟଙ୍କା (ସତୁରୀ ହଜାର ଟଙ୍କା)) ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି । ଏତାଦୃଶ କାର୍ଯ୍ୟ ଦେଖି ଅତିରିକ୍ତ ତହସିଲଦାର ଓ ପୋଲିସ ଅଧିକାରୀଙ୍କୁ ଜଣସାଧାରଣ ପ୍ରଶଂସା କରିଛନ୍ତି । ଅନ୍ୟ ପକ୍ଷେ ବାଲି ଚୋରା ଚାଲାଣକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଗାମୀ ଦିନରେ ଆହୁରି ବାଲି ଚୋରା ଚାଲାଣ ରୋକିବା ପାଇଁ ଯୋରଦାର କରାଯିବ ବୋଲି ଅତିରିକ୍ତ ତହସିଲଦାର ନାରାୟଣ ଦଣ୍ଡସେନା କହିଛନ୍ତି।