Breaking News

ଡେଲାଙ୍ଗରେ ମହିଳା ସମାବେଶ ; ରୁଦ୍ର ମହାରଥୀ ମୁଣ୍ଡିଆ ମାରି ମା ମାନଙ୍କଠାରୁ ଆର୍ଶିବାଦ ନେଲେ


 ଡେଲାଙ୍ଗ ------ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଜେନାପୁର ଗ୍ରାମ ପଞ୍ଚାୟତର ପୋଷଲ ଗ୍ରାମ ମେଳଣ ପଡିଆରେ ପଞ୍ଚାୟତ ସ୍ତରୀୟ  ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି ।  ମୁଖ୍ୟ ଅତିଥି ଭାବେ  ଗ୍ରାମ୍ୟ ଓ ଶ୍ରମମନ୍ତ୍ରୀ ସୁଶାନ୍ତି ସିଂ, ପୁରୀ ସାଂସଦ ପିନାକୀ ମିଶ୍ର, ଯାଜପୁର ସାଂସଦିକା ସମୁଷ୍ଠା ସେଠୀ, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ର୍ବମା,  ବିଧାୟିକା ପ୍ରମିଳା ମଲ୍ଲିକ, ପିତି ରଞ୍ଜନ ବଡେଇଙ୍କ ସହ ଡେଲାଙ୍ଗ ବିଜେଡି ଦଳର ସଭାପତି ବୈରାଗୀ ଜେନା, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ,  ସମିତିସଭ୍ୟ ପ୍ରଭାତ କୁମାର ଜେନା ପ୍ରମୁଖ  ବିଜେଡି ଦଳର ତୁଙ୍ଗ ନେତା ଓ ନେତ୍ରୀ ମାନେ ସାମିଲ ହୋଇଥିଲେ । ବିଜେଡି ଚିହ୍ନରେ ଭୋଟ ଦେବା ପାଇଁ ମନ୍ତ୍ରୀ ଓ ବିଧାୟକ, ନାରୀ ନେତ୍ରୀ ମାନେଉପସ୍ଥିତ ଥିବା ମହିଳା ମାନଙ୍କୁ ନିବେଦନ କରିଥିଲେ । ସଭା ଚାଲୁଥବା ବେଳେ ଦିବଂଗତ ଶ୍ରୀ ମହାରଥୀଙ୍କ ପୁତ୍ର ତଥା ବିଜେଡି ଦଳର ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ସେଠାରେ ଉପସ୍ଥିତ ହୋଇଥିଲେ । ତାଙ୍କ ବାପାଙ୍କ ପିୟ ତଥା ଉପସ୍ଥିତ ଥିବା ମା ମାନଙ୍କୁ ଷ୍ଟେଜରେ ମୁଣ୍ଡିଆ ମାରି ସମସ୍ତଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ । ମହିଳା ମାନେ ହୁଳହଳି ପକାଇବା ସହ ଆଖି ଛଳ ଛଳ ହୋଇପଡିଥିବାର ଦେଖାଯାଇଥିଲା । ଏଠାରେ  ଆସନ୍ତା ୧୭ ତାରିଖରେ  ମତଦାନ ଅନୁଷ୍ଠିତ ହେବ ।

ବିଭିନ୍ନ ପଞ୍ଚାୟତରେ ମହିଳା ମାନେ ବିଜେଡି ଦଳରେ ସାମିଲ ହେଉଥିବାର ଦେଖାଯାଇଛି ।  ସେହିପରି ସୁଜନପୁର ଗ୍ରାମ ପଞ୍ଚାୟତରେ ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ସଞ୍ଜୟ ଅଗ୍ରୱାଲ , କ୍ୟପେଟେନ ଦିବ୍ୟଶଙ୍କର ମିଶ୍ର, ବିଜ ଜନତା ଦଳର ସଭାପତି ସୁଦୀପ୍ତ ରାୟ, ସୁଜନପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିପିନ ବିହାରୀ ନରେନ୍ଦ୍ର ଙ୍କ ସହିତ ସୁଜନପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ମହିଳା ନେତ୍ରୀ ,ନେତା ଓ ପ୍ରମୁଖ କର୍ମୀ ମାନେ ସାମିଲ ହୋଇ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀଙ୍କୁ କିପରି ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଉପସ୍ଥିତ ଥିବା ମହିଳା ମାନଙ୍କୁ ନିବେଦନ କରିଥିଲେ । ଅନ୍ୟ ପକ୍ଷେ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ଯୋଗଦେଇଥିଲେ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ , ଯାଜପୁର ସାଂସଦ ସମିଷ୍ଠା ସେଠୀ, ପୁଷେନ୍ଦ୍ର ସିଂ ଦେଓ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ , ବିଜେଡି ଦଳର ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀଙ୍କ ସହିତ ନେତା ଓ ନାରୀନେତ୍ରୀ ମାନେ ଯୋଗ ଦେଇ ବିଜେଡି ଦଳର ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବା ସହିତ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ମହିଳା ମାନଙ୍କୁ ନିବେଦନ କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୪/୨୦୨୧---୮,୫୨

Blog Archive

Popular Posts