ବେସରକାରୀ ବନ୍ଦନା ବ୍ୟାଙ୍କ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ୧,୧୭ହଜାର ଟଙ୍କା ଲୁଟ ; ଥାନାରେ ଅଭିଯୋଗ
ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ବ୍ରିଜ ନିକଟରେ ଜଣେ ବେସରକାରୀ ଅର୍ଥ ଲଗାଣ ସଂସ୍ଥାର କର୍ମଚାରୀଙ୍କ ଠାରୁ ୧ ଲକ୍ଷ ୧୭ ହଜାର ଟଙ୍କା ଲୁଟ ହୋଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ମାହାଙ୍ଗା ଥାନା ଅଞ୍ଚଳର ସୁବତ୍ର ବେହେରା ସତ୍ୟବାଦୀରେ ବେସରକାରୀ (ବନ୍ଦନା) ବ୍ୟାଙ୍କ ଶାଖାରେ କର୍ମଚାରୀ ଭାବେ କାମ କରନ୍ତି । ସୁବତ୍ର ସାରଙ୍ଗଯୋଡି ଓ ପରଜାପଡା ଗ୍ରାମର ୫ଟି ମହିଳା ଗୋଷ୍ଠୀଙ୍କ ଠାରୁ ବନ୍ଦନା ବ୍ୟାଙ୍କରୁ ଋଣ କିସ୍ତି ଅର୍ଥ ଆଦାୟ କରି ଫେରୁଥିଲେ । ସାରଙ୍ଗଯୋଡି ବ୍ରିଜ ନିକଟରେ ଦୁଇ ଜଣ ଯୁବକ ଏକ ମଟର ସାଇକେଲରେ ଆସି ସୁବତ୍ରଙ୍କ ବେକରେ କଟୁରୀ ଲଗାଇ ୧ଲକ୍ଷ ୧୭ ହଜାର ଟଙ୍କା ଲୁଟ କରି ନେଇଛନ୍ତି ବୋଲି ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ୧୬୬/୨୦୨୧ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଛନ୍ତି । ପୁଲିସର ପ୍ରାଥମିକ ତଦନ୍ତ ସମୟରେ ଏହି ଲୁଟ ଘଟଣା ସନ୍ଦେହ ଘେରରେ ରହିଥିବା ଜଣାପଡିଛି । କାରଣ ଲୋକମାନେ ସେଠାରେ ଯିବା ଆସିବା କରିବା ସହିତ କର୍ମଚାରୀଙ୍କର ମୋବାଇଲି କିମ୍ବା ଗାଡି ବା ଆକ୍ରମଣ ଲୁଟେରା ମାନେ କିଛି କରିନଥିବା ସନ୍ଦେହ ଘେରକୁ ପୁଲିସଙ୍କୁ ଆଣିଛି । କର୍ମଚାରୀ ଜଣଙ୍କ ଲୁଟେରା ମାନେ ଗଲା ପରେ ଫଟୋ ଉଠାଇ ପାରିଥାନ୍ତେ । କିମ୍ବା ଲୁଟେରା ମାନେ ଗଲା ପରେ ପାଟି କରି ଡାକପକାଇ ପାରିଥାନ୍ତେ । ନଚେତ ମଟର ସାଇକେଲରେ ସେମାନଙ୍କୁ ପିଛା କରିପାରିଥାନ୍ତେ । କର୍ମଚାରୀ ଜଣଙ୍କ କିଛି ନ କରିବା ପୁଲିସକୁ ଏବେ ସନ୍ଦେହ ଘେରରେ ରଖିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୪/୨୦୨୧----୫,୧୦