ପାଣି ମଟର ଚୋରି କରି ଦୁଇ ଗିରଫ
ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ କୋଟଉପର ଠାରେ ଏକ ଘରୁ ତିନୋଟି ପାଣି ମଟର ଚୋରି ହୋଇଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ବାସୁକେରା ଗ୍ରାମର ଚିନ୍ମୟ ରାଉତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶ୍ରୀ ରାଉତଙ୍କ ଘରେ ଲଗାଇଥିବା ସିସି କ୍ୟାମେରାକୁ ଆଧାର କରି ସତ୍ୟବାଦୀ ପୋଲିସ ତଦନ୍ତ କରିଥିଲେ । ପୋଲିସ ଶ୍ରୀ ରାଉତଙ୍କ ଘରେ କାମ କରୁଥିବା କେନାଲବନ୍ଦ ଉପରେ ଘର କରି ରହିଥିବା ସୋମନାଥ ମଲ୍ଲିକ ଓ ପୂର୍ଣ୍ଣ ମଲ୍ଲିକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଚୋରି ଯାଇଥିବା ତିନୋଟି ଯାକ ମଟର ପମ୍ପ ଉଦ୍ଦାର କରିବାରେ ସକ୍ଷମ ହୋଇଛନ୍ତି । ଅଭିଯୁକ୍ତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୪/୨୦୨୧---୪,୫୮