ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ
ସାକ୍ଷୀଗୋପାଳ ---- ପୁର୍ବ ଶ୍ରତୁତାକୁ ନେଇ ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଡିହପୁରୁ ଗ୍ରାମର କୃଷ୍ଣଚନ୍ଦ୍ର ରାଉତ(୪୪) ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ ସ୍ତ୍ରୀ ରାଧାମଣି ରାଉତ ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଇଥିଲେ । ଏହି ହତ୍ୟା ଘଟଣାରେ ଦାସବିଦ୍ୟାଧରପୁର ଗ୍ରାମର ପଦୁ ଓରଫ ପଦ୍ମନାଭ ଦାସ ( ୫୧) ଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ପେଚକସ ପୋଲିସ ଜବତ କରିଛି । । ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ପଦୁଙ୍କ ନାମରେ ସତ୍ୟବାଦୀ ଥାନାରେ ବିଭିନ୍ନ କେସରେ ଜଡିତ ଥିବା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୪/୨୦୨୧---୪,୫୮