କୁକୁରଙ୍କ ମୁହିଁରୁ ରକ୍ଷା ପାଇବା ପାଇଁ ଦଳ ଗଡିଆକୁ ଡେଇଁଲା ହରିଣ ପରେ ଯୁବକ ମାନଙ୍କ ଦ୍ୱାରା ଉଦ୍ଧାର
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗଡବଳରାମପୁର ଗ୍ରାମ ପଞ୍ଚାୟତର ପାଟଣାସାହିରେ ସକାଳ ସକାଳୁ ଏକ ହରିଣକୁ କୁକୁର ମାନେ ଗୋଡାଉଥିବାର ଲୋକମାନେ ଦେଖିଥଲେ । ଲୋକମାନଙ୍କ ପାଟିଶୁଣି ହରିଣଟି ଏକ ଦଳ ଗଡିଆ ମଧ୍ୟକୁ ପଶି ଯାଇଥିଲା । ପାଟଣାସାହିର କିଛି ଯୁବକ ମାନେ ହରିଣଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ବେଳେ ହରିଣର ଦୁଇଟି ଯାଗାରେ କ୍ଷତ ହୋଇଥିବା ଦେଖିଥଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚପବିତ୍ର ମୋହନ ସ୍ୱାଇଁଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ପଟ୍ଟନାୟକିଆ ସ୍ଥିତ ବନ ଉପଖଣ୍ଡର ଅଧିକାରୀ ପ୍ରଦୀପ୍ତକୁମାର ପଟ୍ଟନାୟକ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ବନ୍ୟଜନ୍ତୁ ସୁରକ୍ଷା ଟିମର ନରେଶ ଭୋଳ, ଟୁକୁ ପ୍ରଧାନଙ୍କୁ ସାଙ୍ଗରେ ଧରି ପାଟଣାସାହିରେ ପହଞ୍ଚିଥିଲେ । ଖାଦ୍ୟ ଓ ପାନୀୟଜଳ ଅଭାବରୁ ହରିଣଟି ପାଖ ବାଲୁଖଣ୍ଡ ଅଭୟାରଣ୍ୟରୁ ପଳାଇ ଆସିଥିବା ଗ୍ରାମବାସୀ ମାନେ କହନ୍ତି । ଉଦ୍ଧାର ହରିଣଟି ଅଣ୍ଡିରା ହୋଇଥିବା ବେଳେ ୭୦ରୁ ୮୦ କେଜି ଓଜନ ହେବ । ୩ଫୁଟ ଉଚ୍ଚତା ହୋଇଥିବା ବେଳେ ୩ ଫୁଟ ଲମ୍ବା ହେବ । ହରିଣକୁ ଚିକିତ୍ସା କରାଯିବା ପରେ ବାଲିଖଣ୍ଡ ଜଙ୍ଗରେ ଛଡାଯିବ ବୋଲି ବନ ଉପଖଣ୍ଡ ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୩/୨୦୨୧---୪,୨୦