Breaking News

ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ


ଯାଜପୁର -ଯାଜପୁର ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।  ଆଜି ସକାଳୁ ଶ୍ରୀ ମହାପାତ୍ର ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଜାରିି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ତାଦାରଖ କରିଥିଲେ । ଆସନ୍ତା ୬/୭ ମାସ ମଧ୍ୟରେ ମନ୍ଦିର କାର୍ଯ୍ୟ ଶେଷ ହେବ । ଏଥି ସହିତ ଜିଲ୍ଲାରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଯେପରିକି ମେଡିକାଲ କଲେଜ, ପ୍ରଶାସନିକ ଭବନ,ବରାହ ପ୍ରକଳ୍ପ ଆଦିର ତଦାରଖ କରିଛନ୍ତି । ଏଥି ସହିତ  ଆଗକୁ ଜିଲ୍ଲାରେ ହେବାକୁ ଥିବା  ଅନ୍ୟାନ୍ୟ ମେଗା ପ୍ରକଳ୍ପ ସଂପର୍କରେ ପ୍ରଶାସନ ସହିତ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ବିରଜା ମନ୍ଦିର ପରେ ଶ୍ରୀ ମହାପାତ୍ର କସୁମା ପ୍ରକଳ୍ପ ଓ ଯାଜପୁର ଜିଲ୍ଲା ସ୍କୁଲକୁ ଯାଇ ପାଠପଢ଼ା ବୁଲି ଦେଖିଥିଲେ । ଯାଜପୁର ରୁ ଶିବକେତନ ମହାନ୍ତି,୭/୩/୨୦୨୧----୭,୨୫

Blog Archive

Popular Posts