ଡେଲାଙ୍ଗରେ ଗ୍ରାମୀଣ ଇ- ଷ୍ଟୋର ଶୁଭାରମ୍ଭ
ଡେଲାଙ୍ଗ ----- ଲୋକଙ୍କୁ ଉନ୍ନତ ମାନର ନିତ୍ୟ ବ୍ୟବହାର୍ଯ୍ୟ ଘର କରଣା ସାମଗ୍ରୀ ଜନ ସେବା କେନ୍ଦ୍ର ଜରିଆରେ ଯୋଗାଇବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ଗ୍ରାମୀଣ ଇ- ଷ୍ଟୋର । ଡେଲାଙ୍ଗ ହାଟ ବଜାର ସ୍ଥିତ ବାୟାବଜାର ପରିସରରେ ଜନସେବା କେନ୍ଦ୍ର ପରିସରରେ ଶୁଭାରମ୍ଭ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମୀଣ ଇ- ଷ୍ଟୋରକୁ ଶୁଭାରମ୍ଭ କରିଥିଲେ । ଜନସେବା କେନ୍ଦ୍ରର ପରିଚାଳକ ମୁକ୍ତକାନ୍ତ ସାହୁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଗ୍ରାମୀଣ ଇ- ଷ୍ଠୋର ସେବାର ଲକ୍ଷ୍ୟ, ଉପାଦେୟ ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ଗ୍ରାମଞ୍ଚଳରେ ଜନସାଧାରଣ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଦ୍ରବ୍ୟ ଇ- ଷ୍ଟୋର ମାଧମୟରେ ମଗାଇ ପାରିବା ସହ ଗ୍ରାମଞ୍ଚଳର କୃଷକ ଓ ଉଦ୍ୟୋଗି ମାନେ ସେମାନଙ୍କ ଉତ୍ପାଦନ ସାମଗ୍ରୀକୁ ଇ- ଷ୍ଟୋର ମାଧ୍ୟମରେ ବିକ୍ରୟ କରି ପାରିବେ ଶ୍ରୀ ସାହୁ କହିଥିଲେ ।ଏହି ପ୍ରକଳ୍ପର ପରିଚାଳନା ନିର୍ଦ୍ଦେଶକ ଡ, ଦୀନେଶ କୁମାର ତ୍ୟାଗୀ ଅନ ଲାଇନ ମାଧ୍ୟମରେ ଓଡିଶାର ୩୧୪ ଗୋଟି ବ୍ଳକରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କାତ୍ତିକ ଚନ୍ଦ୍ର ମହାନ୍ତି, ପ୍ରମୋଦ ବେହେରା, ସୁଶୀଳ ପରିଡା ଓ ଲିଟୁ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୦--- ୪,୧୨