Breaking News

ବୋଳକଣା ପଞ୍ଚାୟତ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ


 ଡେଲ।ଙ୍ଗ --------ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବୋଳକଣା ପଞ୍ଚାୟତ ହାଇସ୍କୁଲ ବୋଳକଣା ର ୨୦୦୭ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ  ମାନଙ୍କର ବନ୍ଧୁ ମିଳିନ ଉତ୍ସବ ମା ପଦ୍ମବତୀଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଶିକ୍ଷକ ବିରଞ୍ଚି ନାରାୟଣ ସାହୁ  ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସମୟରେ  ମହାମାରୀ କରୋନା କବଳରୁ ନିଜକୁ ତଥା ସମାଜକୁ କିପରୀ ସୁରକ୍ଷା ଦିଆଯାଇପାରିବ ସେ ସର୍ମ୍ପକରେ ଆଲୋକପାତ କରିଥିଲେ । ଯୁବ ଶିକ୍ଷାବିତ୍ ବିଶ୍ୱନାଥ ସାହୁଙ୍କ ଆହ୍ୱନକ୍ରମେ ଆୟୋଜିତ ଏହି ବନ୍ଧୁ ମିଳନ ଉତ୍ସବରେ ଶିକ୍ଷକ ମନୋରଞ୍ଜନ ସାହୁ ଓ ଅଶ୍ୱନି କୁମାର ସାହୁ ଙ୍କ ସମେତ ଛାତ୍ର ଅନିଲ ପରିଡା,ରସାନ୍ତ ଜେନା,ସୁଧିର ପରିଡା,ଶିବଦତ ପରିଡା,  ଲୋପାମୁଦ୍ରା ପରିଡା ଓ ଅନୁଶୟା ପରିଡା ପ୍ରମୁଖ ଯୋଗଦେଇଥିଲେ ।   ବିଦ୍ୟାଳୟରେ ପାଠ ପଡିବା ସମୟରେ କେତେକ ଅନୁଭୁତି ମନେ ପକାଇ ଥିଲେ । ବିଶେଷ କରି କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ନିୟମିତ ମାକ୍ସ ପରିଧାନ କରିବା,ଦିନକୁ ୭ ରୁ ୮ଥର ସାବୁନରେ ହାତ ଧୋଇବା ଓ ସାମାଜିକ ଦୁରତା ବଜାୟ ରଖିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୦---୪,୧୫

 

Blog Archive

Popular Posts