ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପର ଦୁତୀୟ ଦିବସ;
ଡେଲାଙ୍ଗ -------- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ସୋମନାଥ ଦେବଙ୍କ ପଡିଆରେ ପ୍ରଦୀପ ମହାରଥୀ ମେମୋରିଆଲ କ୍ରିକେଟ କପ-୨୦୨୦ ମ୍ୟାଚର ଦୁତୀୟ ଦିବସରେ କମାଣ୍ଡୋ-୧୧ ଭୁବନେଶ୍ୱର ଓ ରୋରେ ଲାଇନସ ଖୁଦୁପୁର କ୍ରିକେଟ କ୍ଳବ ବିଜୟୀ ହୋଇଛି । ସୋମନାଥ ସ୍ପେଟିଙ୍ଗି କ୍ଳବ ଏହି କିକ୍ରେଟ ମ୍ୟାଚ ଆୟୋଜନ କରିଛନ୍ତି । ଆଜି ଦୁତୀୟ ଦିନରେ ପ୍ରଥମ ମ୍ୟାଚ ଦି ବେଷ୍ଟସ- ୭ କ୍ରିକେଟ କ୍ଳବ ଭୁବନେଶ୍ୱର ସହିତ ରୋରେ ଲାଇନସ କ୍ରିକେଟ କ୍ଳବ ଖୁଦୁପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟଚ ଉଇନିକରି ଦି ବେଷ୍ଟସ ସେଭେନ କ୍ରିକଟେ କ୍ଳବ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ବିନିମୟରେ ୨୧୮ ରନ କରିଥିଲେ । ଜବାବାରେ ରୋରେ ଲାଇନସ୍ କ୍ରିକେଟ କ୍ଳବ ୧୯ ଓଭର ୧ଟି ବଲରେ ୫ଉଇକେଟ ହରାଇ ୨୧୯ ରନ କରି ବିଜୟୀ ହୋଇଥିଲେ । ସେହିପରି ଅନ୍ୟ ଏକ ମ୍ୟାଚ ଗୋଷ୍ଠୀ ବୟଜ ଜଟଣୀ ସହିତ କମାଣ୍ଡୋ-୧୧ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ବୟଜ ଟଚ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଉଇକେଟ ହରାଇ୧୬୨ ରନ କରିଥିଲେ । ଜବାବରେ କମାଣ୍ଡୋ-୧୧୧୨.୩ ବଲରେ ୩ ଉଇକେଟ ବିନିମୟରେ ୧୬୮ ରନ କରି ନେଇ ଆଜିର ମ୍ୟାଚରେ ବିଜୟୀ ହୋଇଛି । ବିକାଶ ପାତ୍ର ଓ ଦୀପକ ମହାରଣା ମ୍ୟାଚ ପରିଚାଳନା କରିଥିଲେ । ସୁଦର୍ଶନ ରେଡିକୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୦--- ୪,୧୦