ସତ୍ୟବାଦୀ ବ୍ଳକରେ ଆବାସ ଯୋଜନାରେ ଘର କରି ତିନି ମାସ ହେଲା ବିଲ ମିଳୁନି
ସାକ୍ଷୀଗୋପାଳ---- ସବୁ ସମୟରେ ସବୁ କ୍ଷେତ୍ରରେ ସତ୍ୟବାଦୀ ବ୍ଳକ ଆଗରେ । ହାତଗୁଞ୍ଜା ନ ଦେବାରୁ ଜଣେ ଅସହାୟ ମହିଳା ତିନି ମାସ ହେଲା ଆବାସ ଯୋଜନାରେ ଘର କାମ ସାରିଥିଲେ ମଧ୍ୟ ଶେଷ ବିଲ ବା ଫାଇନାଲ ବିଲ ପାଇ ପାରୁନାହାନ୍ତି । ଯାହା ଫଳରେକି ସେ ବୋନସ ୨୦ ହଜାର ଟଙ୍କା ପାଇବେ କି ନାହିଁ ଏବେ ତାହା ସନ୍ଦେହ ଘେରରେ । ଶେଷରେ ମହିଳା ଜଣଙ୍କ ନ୍ୟାୟ ପାଇବା ପାଇଁ ସତ୍ୟବାଦୀ ବିଡିଓଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବେଣାକେରା ଗ୍ରାମର ଦୁତୀ ପ୍ରଧାନ ରାଜ୍ୟ ସରକାରଙ୍କ ଆବାସ ଯୋଜନା ଗାଇଡି ଲାଇନି ଅନୁଯାୟୀ ୨୦୧୯/୨୦୨୦ ଆର୍ଥିକ ବର୍ଷରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ବିଜୁ ପକ୍କାଘର ଯୋଜନାରେ ସାମିଲ ହୋଇଥିଲେ । ଉକ୍ ଘରର ଅଟକଳ ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା ରହିଛି । ସେ ଏହି ଘର ଖଣ୍ଡିକ ପାଇବା ପାଇଁ ବହୁ ସଂଗ୍ରାମ କରିବା ସହ ହାତଗୁଞ୍ଜା ଦେବା ପରେ ଆବାସ ଯୋଜନା ପାଇଥିଲେ । ଧାର କରଜ କରି ଦୁତି ଘର କରିଲେ । ବ୍ଳକ ପକ୍ଷରୁ ଘର ତୁରନ୍ତ ଶେଷ କରିବା ପାଇଁ ତାଗିଦ କରଗଲା । ଦୁତୀ ଲାଗିପଡି ଘର କାମ ଶେଷ କଲେ । ଘର କାମ ଶେଷ କରିବା ପରେ ପଞ୍ଚାୟତ ଅଧିକାରୀଣି ଶମିଷ୍ଠା ସେଠୀଙ୍କୁ ବିଲ କରିବା ପାଇଁ ଅନୁରୋଧ କରିବା ପରେ ଫଟୋ ଉଠା ହେଲା । ମାତ୍ର ହାତଗୁଞ୍ଜା ଦୁତୀ ନ ଦେବାରୁ ତାଙ୍କର ବିଲ ହେଲା ନାହିଁ । ଆଜି ହେବ କାଲି ହେବ ବୋଲି କହି ଚାଲିଛନ୍ତି । ପଞ୍ଚାୟତ ଅଧିକାରିଣୀଙ୍କୁ କହିବାରୁ ସେ କହନ୍ତି ତମର ଆକାଉଣ୍ଟକୁ ଟଙ୍କା ଯାଇଛି ବୋଲି । ଦୁତୀ ବ୍ୟାଙ୍କ କୁ ଦୌଡି ଦୌଡି ଏବେ ନିରାଶ ହୋଇ ପଡିଛି । ମାତ୍ର ତାଙ୍କୁ ଟଙ୍କା ମିଳୁନାହିଁ । ଏବେ ତିନି ମାସ ବିତିଯାଇଥିଲେ ମଧ୍ୟ ବିଲ ହୋଇ ପାରୁନାହିଁ ଏଣୁ ଦୁତୀ ବୋନସ ଅର୍ଥ ପାଇବ କି ନାହିଁ ସନ୍ଦେହ ଘେରରେ । ତୁରନ୍ତ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ ଏ ଦିଗପ୍ରତି ନଜର ଦେବାକୁ ଦୁତୀ ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧୨/୨୦୨୦---୪,୨୦