ଆନ୍ତର୍ଜାତୀୟ ସ୍ୱୟଂ ସେବକ ଦିବସ ପାଳିତ
ସାକ୍ଷୀଗୋପାଳ--------- ପୁରୀ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦର ସଭାଗୃହ ପରିସରରେ ଆନ୍ତର୍ଜାତୀୟ ସ୍ୱୟଂ ସେବକ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଆଲେଚନା ଚକ୍ରରେ ଶିକ୍ଷାବାର୍ତ୍ତାର ଓଡିଶା ଶାଖାର ଡାଇରେକ୍ଟର ରାଜ କିଶୋର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଭାବେ ସାମ୍ବାଦିକ ରାଜ କିଶୋର ସ୍ୱାଇଁ , ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ଗଣପ୍ରତିନିଧି ଓ ସୂଚନା ଅଧିକାର କର୍ମୀ, ସୋସିଆଲ ମିଡିଆରେ ସେବା ଯୋଗାଇ ଦେଉଥିବା ପ୍ରତିନିଧି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ବିଶେଷ କରି ସାତଶଙ୍ଖ ନିକଟସ୍ଥ ସୁବଳପୁର ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଶିକ୍ଷାବାର୍ତ୍ତା ଗ୍ରହଣ କରିଛି । ବହୁ ଶିଘ୍ର ଆମ ଗାଁ, ଆମ ସ୍କୁଲ କାର୍ଯ୍ୟକ୍ରମ କରିବାକୁ ଯାଉଛି ବୋଲି ଶିକ୍ଷାବାର୍ତ୍ତାର ଡାଇରେକ୍ଟର ଶ୍ରୀ ସ୍ୱାଇଁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲା ଖବର ସତ୍ୟବାଦୀ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସାମ୍ବାଦିକ ଅମର ଶତପଥୀ । ଶିକ୍ଷାବାର୍ତ୍ତାର ହିସାବନୀରିକ୍ଷକ ପୂର୍ଣ୍ଣାନନ୍ଦ ତ୍ରିପାଠୀ ଶେଷରେ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୫/୧୨/୨୦୨୦---୧୦,୦୦