Breaking News

ପୂର୍ବ ଶ୍ରତୁତାକୁ ନେଇ ଗୃହ ଦାହ ;ସତ୍ୟବାଦୀରେ ଥାନାରେ ଅଭିଯୋଗ , ଦୁଇ ଗିରଫ


  ସାକ୍ଷୀଗୋପାଳ-------  ସତ୍ୟବାଦୀ ଥାନା ଅନ୍ତର୍ଗତ ସାଣ୍ଢରା ଗ୍ରାମ ପଞ୍ଚାୟତର ମଝିକେରା ଗ୍ରାମରେ ଶୁକ୍ରବାର ମଧ୍ୟାହ୍ନ ରାତ୍ରରେ ଗୃହଦାହ ଘଟଣା ଘଟି ଯାଇଛି । ସୁଚନାଯୋଗ୍ୟ ଯେ ଉକ୍ତ ଗ୍ରାମର ଓକିଲ ବରାଳଙ୍କ ଘରେ ପଡୋଶି ଘର ନିଆଁ ଲଗାଇ ଦେଇଥିବା ସତ୍ୟବାଦୀ ଥାନାରେ ଓକିଲଙ୍କ ସ୍ତ୍ରୀ ରୀତା ବରାଳ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ବର୍ଷ ଏହି ପଡୋଶୀ ମାନେ ତାଙ୍କୁ ମାଡ ମାରିବା ସହ ଘରେ ନିଆଁ ଲଗାଇ ଦେଇଥିଲେ । ଅନେକ ସମୟରେ ପଡୋଶୀ ଘର ବକାବନା କରିବା ସହ ଏମାନଙ୍କୁ ମାରଧର କରିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଗୁରୁବାର ଦିନ ରାତିରେ ଓକିଲ ଓ ତାଙ୍କ ସ୍ତ୍ରୀ ରୀତା ଖାଇ ପିଇ ନିଜର କୋଠାଘରେ ଶୋଇଥିଲୁ ମାତ୍ର କିଛି ସମୟ ପରେ କବାଟ ଖଡ ଖଡ ଶଦ୍ଦ ହେବାରୁ  ସ୍ୱାମୀ ଓ ସ୍ତ୍ରୀ କବାଟ ଖୋଲି ବାହରକୁ ଆସିଲା ବେଳକୁ କବାଟ ଖୋଲୁନାହିଁ  ବାହାର ପଟୁ ବନ୍ଦ ଅଛି । ପଡିଶା ଘରର ଛବି ବରାଳ, ଚଗଲା ବରାଳ ପିତା ପୁନିଆ ବରାଳ ଓ ଜୟନ୍ତୀ ବରାଳ, ସ୍ୱାମି- ଛବି ବରାଳ, , ମୀତା ବରାଳ ସ୍ୱାମି- ଚଗଲା ବରାଳ, ଶୁଭ ବରାଳ ପିତା ଛବି ବରାଳ ମିଶିକି ପୂର୍ବ ଶତୃତାକୁ ନେଇ ଘର ଝରକା ପଟେ ଭଙ୍ଗା କାଚ ଗୁଣ, କତା ଓ ଲଙ୍କା ପକେଇ ଦେଇ ମାରିଦେବାକୁ ଉଦ୍ଦ୍ୟମ କରିବା ସହ ବକାବନା କରିବା ସହ ଘରେ ନିଆଁ ଲଗାଇ ଦେଲେ । ଯାହା ଫଳରେକି ତିନି ବଖରା ଚାଳ ଘର ପୋଡିପାଉଁଶ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯାଇଛି । ମାତ୍ର ଆମ ପାଟି ଓ ନିଆଁ ଦେଖି ଶିବୁନା ପୁରୀ ଚାବି ଭାଙ୍ଗି ଅମାକୁ ଉଦ୍ଦାର କରିବା ପରେ ଆମେ ତୁରନ୍ତ  ସତ୍ୟବାଦୀ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ଥାନାକୁ ଫୋନ କରିଥିଲେ । ଖବର ପାଇ ସତ୍ୟବାଦୀ ଥାନା ଅଧିକାରୀ ଦେବୀ ପ୍ରସାଦ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ୪୦୭/୨୦ରେ ଏକ କେସରୁଜ କରି ଛବି ବରାଳ, ଚଗଲା ବରାଳ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥବା ସୁଚନା ଦେଇଛନ୍ତି । ସେମାନଙ୍କ ବିରୁଧରେ ୩୦୭/ ୩୪୨/ ୪୩୬/ ୨୯୪ ଓ ୩୪ ଆଇପିସି ଦଫା ଲଗାଇଥିବା ଜଣାପଡିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୫/୧୨/୨୦୨୦---୪,୧୫

Blog Archive

Popular Posts