ସତ୍ୟବାଦୀରେ ଭୋଟର ତାଳିକା ସଂଶୋଧନ ,ଯୋଗ ଓ ବାଦ ଭୋଟର କେନ୍ଦ୍ରରେ ଚାଲିଛି
ସାକ୍ଷୀଗୋପାଳ ------ ନୂତନ ଭୋଟର ତାଳିକା ପ୍ରକାଶ ପାଇବା ଆଗରୁ ଭୋଟର ମାନଙ୍କୁ କେତେକ ସୁବିଧା ସୁଯୋଗ ନିର୍ବାଚନ କମିଶନର ଦେଇଛନ୍ତି । ସତ୍ୟବାଦୀ ବ୍ଳକର ସମସ୍ତ ଭୋଟର ବୁଥ ଗୁଡିକରେ ଅଙ୍ଗନୱାଡି କର୍ମୀ ଓ ଶିକ୍ଷକମାନେ ବି, ଏଲ, ଓ ଭାବେ ନିଯୁକ୍ତି ପାଇ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିୟାଜିତ ରହିଛନ୍ତି । ଏହି ଅବସରରେ ୫ ଓ ୬ ଦୁଇଦିନ ସ୍ୱତନ୍ତ୍ର ତାରିଖ କରାଯାଇଛି । ଯେଉଁ ନାଗରିକଙ୍କ ମାନଙ୍କୁ ୧୮ ବର୍ଷରୁ ଅଧିକ ବା ଭୋଟର ତାଳିକାରେ ନାମ, ଠିକଣା, ଜନ୍ମ ତାରିଖ ଭୁଲ ରହିଛି ସେମାନେ ସଂଶୋଧନ କରି ପାରିବେ । ସେହିପରି ଜଣଙ୍କ ନାମ ଦୁଇଟି ଭୋଟର କେନ୍ଦ୍ରରେ ରହିଛି ସେମାନେ କାଟି ପାରିବେ ।ଏହି କାର୍ଯ୍ୟକ୍ରମ ଡିପିସି ସୌନ୍ଦର୍ଯ୍ୟ ମଞ୍ଜରୀ ଦାଶ , ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ସହ ଜିପିଓ ଦାୟତ୍ୱରେ ଥିବା ପିଏ ସୌଭାଗ୍ୟ ବିଭିନ୍ନ ବୁଥ ବୁଲିକି ଦେଖିଥଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୫/୧୨/୨୦୨୦---୧୦,୦୦